
ବାଲିଗୁଡା,[ସୁକାନ୍ତ କୁମାର ତ୍ରିପାଠୀ]: କନ୍ଧମାଳ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ବିନୀତ ଅଗ୍ରୱାଲଙ୍କ ନିର୍ଦ୍ଦେଶକ୍ରମେ ଫିରିଙ୍ଗିଆ ଥାନା ଭାରପ୍ରାପ୍ତ ଅଧିକାରୀ ଶ୍ୟାମ ସୁନ୍ଦର ରାଓ ପ୍ରତ୍ୟକ୍ଷ ତତ୍ୱବଧାନରେ ଏସଆଇ ଓ କର୍ମଚାରୀମାନେ ପାଟ୍ରୋଲିଂ କରୁଥିବାବେଳେ ସରୁକୋଈ ଘାଟିରେ ଗଞ୍ଜେଇ ସଂଗ୍ରହ କରି ମାଫିଆମାନେ ଏକ ବାଜାଜ ଟେମ୍ପୁ OD-12C-5410 ଯୋଗେ ଭୁବନେଶ୍ୱର ଅଭିମୁଖେ ଯାଉଥିଲେ।
ପୁଲିସ୍ର ସନ୍ଦେହ ହେବାରୁ ଅଟୋ ଘାଟି ନିକଟରେ ଅଟକାଇ ଯାଞ୍ଚ କରିଥିଲା। ଗାଡ଼ିର ଉପର ଭାଗରେ ବିଭିନ୍ନ ରକମର ଜିନିଷ ରହିଥିବାବେଳେ ତଳେ ଗଞ୍ଜେଇ ବସ୍ତା ଗୁଡିକ ରହିଥିଲା । ଗଞ୍ଜେଇ ବସ୍ତା ଗୁଡ଼ିକୁ ପୁଲିସ ଜବତ କରି ଥାନାକୁ ନେଇଥିଲେ I
ଏଥିରେ ସଂପୃକ୍ତ ଥିବା ୨ ଜଣ ଫିରିଙ୍ଗିଆ ଥାନା ଅଞ୍ଚଳର ଆକାଶ ନାୟକ, (୨0 ବର୍ଷ ) ଘର କାଠଗରଡ଼ା ଓ ବଚନ ସାହାଣୀ(୨୬ ବର୍ଷ) ବରପଦା ଶ୍ରୀପଲା ଅଞ୍ଚଳର l ଏହି ଦୁଇ ଗଞ୍ଜେଇ ଚାଲାଣ କାରୀଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଥିବା ବିଷୟ ଆଇଆଇସି ଶ୍ରୀ ରାଓ ସୂଚନା ଦେଇଛନ୍ତି ।


