
ଗୁଣୁପୁର,(ପ୍ରସନ କୁମାର ପଣ୍ଡା): ରାୟଗଡା ଜିଲ୍ଲା ଗୁଡାରି ଏନ ଏ ସି ଗାନ୍ଧୀ ନଗର ର ଶ୍ରୀମତୀ ପ୍ରେମଳତା ସାହୁ 92 ବର୍ଷିଆ ଙ୍କୁ ତାଙ୍କ ସରକାରୀ ଚାକିରିଆ ଦୁଇ ପୁଅ ଏବଂ ବୋହୁ ପଚାରୁ ନ ଥବା ସମ୍ପର୍କ ରେ ଏକ ଲିଖିତ ଅଭିଯୋଗ ଗୁଣୁପୁର ଉପଜିଲ୍ଲାପାଳ ଜେ ସୋନାଲ ଙ୍କୁ ଦେବା ପରେ ଏହି ସମସ୍ୟା ର ଆବଶ୍ୟକ ସମାଧାନ ପାଇଁ ଉପଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ରେ
ଥିବା ଭାରତ ସରକାର ଙ୍କ ମହିଳା ଏବଂ ଶିଶୁ ମନ୍ତ୍ରଣାଳୟ ର ସାହାରା ପରିବାର ପରାମର୍ଶ କେନ୍ଦ୍ର ର ସଚିବ ପ୍ରମୋଦ କୁମାର ସାହୁ ଙ୍କୁ ନିର୍ଦ୍ଧେସ ଦେବା ସହ ଉଭୟ ପକ୍ଷ ଙ୍କୁ ଡକାଇ ଏ ବାବଦ ରେ ତୁରନ୍ତ ଫଇସଲା କରିବା କୁ ଜଣାଇ ଥିଲେ ଉପଜିଲ୍ଲାପାଳ ଙ୍କ ନିର୍ଦେଶ ଏବଂ ପତ୍ର ସଂଖ୍ୟା 605/2021ତାରିଖ 01022021 ଅନୁଯାୟୀ ସାହାରା ପରିବାର ପରାମର୍ଶ କେନ୍ଦ୍ର ଏ ବାବଦ ରେ ଆବଶ୍ୟକ ପଦକ୍ଷେପ ନେବ ବୋଲି ଏହି ଅନୁଷ୍ଠାନ ର ସଚିବ ପ୍ରମୋଦ କୁମାର ସାହୁ ସୂଚନା ଦେଇଛନ୍ତି |




