
ବାଲିଗୁଡା,[ସୁକାନ୍ତ କୁମାର ତ୍ରିପାଠୀ]: କନ୍ଧମାଳ ଜିଲ୍ଲାର ତୁମୁଡିବନ୍ଧ ବ୍ଲକ ର ସିର୍ଲା ଗ୍ରାମ ପଞ୍ଚୟତର ଟେକ୍ଲlମିଲା ଗ୍ରାମ ରେ ପାନୀୟଜଳ ପାଇଁ ଏକ ଅଭାବ ଅନାଟନ ର ଦୃଶ୍ୟ ଦେଖିବାକୁ ମିଳିଛି i ସ୍ୱାଧୀନତା ର 74 ବର୍ଷ ପରେ ମଧ୍ୟ ସେମାନେ ଜଳ ସୁବିଧା ରୁ ବଞ୍ଚିତ ଅଛନ୍ତି lସରକାର ଜଳ ର ସୁବିଧା ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି ଜନସାଧାରଣ ଙ୍କ ମଙ୍ଗଳ ନିମନ୍ତେ କିନ୍ତୁ ତାହା ସାଧାରଣ ଲୋକଙ୍କ ପାଖକୁ ପହଞ୍ଚିପାରୁନି ସେମାନେ ସେଥିରୁ ବଞ୍ଚିତ ଅଛନ୍ତି l
ଗ୍ରାମବାସୀ ସରପଞ୍ଚ.VLW ଏବଂ ଉଚ୍ଚାଧିକାରୀଙ୍କ ଦ୍ୱାରାସ୍ତ ବାର ବାର ହେଲେ ମଧ୍ୟ ସେମାନେ ଗ୍ରାମବାସୀ ଙ୍କ କଥା କୁ ଗୁରୁତ୍ୱ ଦେଇନଥିଲେ ଫଳରେ ସେମାନେ ନିରାଶ ହେଇ ଫେରିଆସିଲେ ଏବଂ ତିଆରି କରିବାର ମିଛ ଆଶ୍ବସନା ଦେଇଥିଲେ କିଛି ଦିନ ପରେ ନୟାଗଡ ରୁ ଏକ ବ୍ୟକ୍ତି ଗ୍ରାମ କୁ ଆସିକି ପାଣି ଉଠିବା ମୋଟର ଖୋଲିକି ନେଇଥିଲେ l
ଗ୍ରାମ ବାସି ତାଙ୍କୁ ପଚାରିବାରୁ ସେ ବ୍ୟକ୍ତି କହିଲେ ତାଙ୍କୁ ସରପଞ୍ଚ ଏବଂ VLW.RWSS ବିଭାଗ ର JE ପଠେଇଛନ୍ତି ମତେ ତିଆରି କରିକି ଆଣିବା ପାଇଁ ପଠେଇଛନ୍ତି ବୋଲି କହିଲେ କିନ୍ତୁ ଗତ 2 ବର୍ଷ ହେଲାଣି ମୋଟର ର ଦେଖା ନାହିଁ କି ସେ ବ୍ୟକ୍ତି ଙ୍କ ର ଦେଖା ନାହିଁ l ଫଳରେ ଗଣମାଧ୍ୟମ ଙ୍କୁ ଗ୍ରାମ ବାସୀ କହି ବାରୁ ଆମେ ଗ୍ରାମ ପାଖକୁପଞ୍ଚିଚିବା ପରେ ସେମାନେ ତାଙ୍କୁ ପୋଚରା ଉଚୁରା କଲା ପରେ ସେମାନେ ଆମକୁ ନିଜ ଦୁଃଖ ଜଣାଇଥିଲେ l ଗଣମାଧ୍ୟମରେ ଖବର ପ୍ରସାରଣ ହେବା ସତେ ଶାସନଅଧିକାରୀଙ୍କ ନିଦ ଭାଙ୍ଗିନଥିଲା l
ପୁଣିଥରେ ଆଜି ଗ୍ରାମ ବାସୀଙ୍କ ଡାକରାରେ ଗଣମାଧ୍ୟମ ର ବ୍ୟକ୍ତି ମାନେ ଘଟଣା ସ୍ଥଳ କୁ ଯାଇକି ଦେଖିବା ପରେ ଏକ ଦୁଃଖଦ ଦୃଶ୍ୟ ଦେଖିବାକୁ ମିଳିଥିଲା l ଯାହା ଆମ ପ୍ରତିନିଧି ସିଧାସଳଖ ଦେଖାଉଛନ୍ତି ଗ୍ରାମବାସୀ ଏକ ପୋଖରୀ ଖୋଲିଛନ୍ତି ପାଣି ପିଇବା ପାଇଁ ଏବଂ ସେ ପୋଖରୀ ର ପାଣି କେବଳ ମଣିଷ ପିଉଛନ୍ତି ତାହା ନୁହଁ ସେହି ପୋଖରୀ ପାଣି କୁ ସେଠାରେ ବସବାସ କରୁଥିବା ଗାଈ ଛେଳି ମଧ୍ୟ ପିଉଛନ୍ତି l ଏବଂ ସ୍ୱଳ୍ପ ମାତ୍ରା ର ପୋଖରୀ କୁ ଛାଣି ଛାଣି ସେମାନେ ନେଉଛନ୍ତ |









