
ବିଷମକଟକ,[ପ୍ରସନ କୁମାର ପଣ୍ଡା]:ରାୟଗଡା ଜିଲ୍ଲା ବିଷମକଟକ ବ୍ଲକ୍ ଅନ୍ତର୍ଗତ ହାଟମୁନିଗୁଡା ପଚାୟତ ରେ ପୂରୁଣା କୋଠା କୁ ନୂଆ ଦର୍ଶାଇ ସରକାରୀ ଟଙ୍କା ହଢପ୍ କରିଛନ୍ତି ହାଟମୁନିଗୁଡା ପଚାୟତ ର ପି ଇ ଓ ସନ୍ତୋଷ କୁମାର ଚୈଧୁରୀ ଓ ଜି ଆ ର ଏସ୍ ସନ୍ତୋଷ ବୈଦ୍ୟଭୁଷଣ ଉପରେ ତିଆରି ହୋଇଥିବା ନୂତନ କୋଠା ଦର୍ଶାଇ ଟଙ୍କା ହଳପ ଅଭିଯୋଗ କରିଛନ୍ତି ହାଟମୁନିଗୁଡା ଗ୍ରାମର ସୁକାନ୍ତ ସେଠୀ ,ରାମ ଉଲାକ, ଏବଂ କିଶୋର ଦୋରା ପ୍ରମୁଖ ଅଭିଯୋଗ କରିଛନ୍ତି। ଗୋଟିଏ ସରକାରୀ କର୍ମଚାରୀ ହୋଇ ମଧ୍ୟ କିପରି ଠିକାଦାର କାର୍ଯ୍ୟ କରୁଛନ୍ତି।
ବୋଲି ସମସ୍ତ ବୁଦ୍ଧି ଜୀବି ମହ ଲରେ ଚର୍ଚ୍ଚା ଜୋର ଧରିଛି।ଏହି ବିଷୟରେ ରାୟଗଡା ଜିଲ୍ଲା ପାଳ ଙ୍କ ସହ ଆଜି ଯୋଗାଯୋଗ କରିବା ପରେ ଏହି ସମ୍ପର୍କରେ ମୋ ପାଖରେ କୈଣସି ଅଭିଯୋଗ ନଥିଲା ଏବଂ ମୁଁ କିଛି ଜାଣି ନାହିଁ ତେଣୁ ମୁ ଏହି ବିଷୟରେ ତଦନ୍ତ କରି ଦୋଷୀ ଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବି ବୋଲି ଜିଲ୍ଲା ପାଳ କହିଛନ୍ତି।
500000 ଟଙ୍କା ଅଟକଲର ଡାଇନିଂ ହଲ ହାଟମୁନିଗୁଡା ପି ଇ ଓ ଏବଂ ହାଟମୁନିଗୁଡା ଜି ଆର ଏସ୍ ସେହି କାମ କରୁଛନ୍ତି। ଜଣେ ସରକାରୀ କର୍ମଚାରୀ ହୋଇ କିପରି ନିଜେ କାର୍ଯ୍ୟ କରୁଛନ୍ତି।ଏହା ନିହାତି ତଦନ୍ତ ସାପେକ୍ଷ। ଏବଂ ପ୍ରଥମେ ଫଳକ ଲାଗିବା କଥା ଏ ପର୍ଯ୍ୟନ୍ତ କୈଣସି ଫଳକ ଲାଗି ନାହିଁ।2002 ମସିହାରେ କୈଣସି କାରଣରୁ ସିଜ୍ କରାଯାଇ ଥିବା ଟିଣ କାହା ଇଙ୍ଗିତରେ କଢା ଯାଇଛି।
ଯଦି କଢା ଯାଇଛି ତାଙ୍କୁ ଆଦେଶ କିଏ ଦେଇ ଥିଲେ। ହାଟମୁନିଗୁଡା ଜିଆର ଏସ୍ ଓ ହାଟମୁନିଗୁଡା ପିଇଓ ଏହାକୁ ବାହାର କରି ଅନ୍ୟ ଯାଗାରେ କାମରେ ଲଗାଇଏବଂ ଆଉ କିଛି ବିକ୍ରି କରିବା ଜନ ସାଧାରଣ ରେ ଚର୍ଚ୍ଚା ଚାଲିଛି।ଏବଂ ବିଷମକଟକ ଏଇ ପ୍ରଶାନ୍ତ ପାଣିଗ୍ରାହୀ ବ୍ଲକ୍ ଲୋକ ଜନ ପ୍ରତିନିଧି ମାନଙ୍କୁ ବେଖାତିର କରି ସରକାରୀ ବାବୁ ମାନଙ୍କୁ ହାତ କରି ବ୍ଲକ୍ ରେ ରାଜ କରୁଥିବା ବୁଦ୍ଧି ଜୀବି ମହଲରେ ଚର୍ଚ୍ଚା ଜୋର ଧରିଛି। ହାଟମୁନିଗୁଡା ପଚାୟତ ରେ ଭିଜିଲାନ୍ସ ତଦନ୍ତ କରିଲେ ସମସ୍ତ ଦୁର୍ନୀତି ପରଦା ଫାସ୍ ହେବ। ବୋଲି ଜନ ସାଧାରଣ ଙ୍କ ଦାବି।






