Thursday, October 15, 2026
Home ଅପରାଧ ପଥର ଛେଚି ହତ୍ୟା

ପଥର ଛେଚି ହତ୍ୟା

83

କୁକୁଡାଖଣ୍ଡି,୦୧/୦୨/୨୧ (ବିଜୟ କୁମାର ଗୌଡ଼) : ଗଂଜାମ ଜ଼ିଲ୍ଲା କୁକୁଡାଖଣ୍ଡି ବ୍ଲକ ଦିଗପହଣ୍ଡି ଥାନା ଅନ୍ତର୍ଗତ ନୁଆ ଅନନନ୍ତେଇ ଗ୍ରାମରେ ହତ୍ୟାର ଶିକାର ହୋଇଛନ୍ତି ୪୦ବର୍ଷୀୟ ଦୁଷ୍ମନ୍ତ ଚୌଧୁରୀ ।

ଘଟଣାରୁ ପ୍ରକାଶ ଯେ ରବିବାର ରାତ୍ର ୯ଟା ସମୟରେ ଦୁଷ୍ମନ୍ତ କରିଥିବା ପାନ ଦୋକାନକୁ ଦୁଇ ଜଣ ବ୍ୟକ୍ତି ଯାଇ ମଦ୍ୟପାନକୁ ଆବଶ୍ୟକ ପାଣି ଓ ସିଗାରେଟ ମାଗିଥିଲେ । ପଇସା ମାଗିବାରୁ ବାକିରେ ଦେବାକୁ କହିଥିଲେ ସେଠାରେ ସାମାନ୍ୟ ବସଚା ସୃଷ୍ଟି ହୋଇଥିଲା। ପରେ ଦୁଷ୍ମନ୍ତ ଦୋକାନ ବନ୍ଦକରି ଘରକୁ ଚାଲିଯାଇଥିଲେ। ବାକି ମାଗିଥିବା ଦୁଇ ଯୁବକଙ୍କ ସହ ୧୦ ଜଣରୁ ଉର୍ଦ୍ଧ ବ୍ୟକ୍ତି ଆସି ଘରେ ପଶି ଦୁଷ୍ମନ୍ତଙ୍କୁ ଲୁହାରଡ ଓ ଖଣ୍ଡାରେ ଆକ୍ରମଣ ସହ ପଥର ଛେଚି କରିଥିଲେ ।

ଏହା ଦେଖି ତାଙ୍କ ଭାଇ ବିକ୍ରମ ଚୌଧୁରୀ ଛଡାଇବାକୁ ଉଦ୍ୟମ କରିଥିବା ବେଳେ ତାଙ୍କୁ ମଧ୍ୟ ଦୁବୃତ୍ତ ମାନେ ଆକ୍ରମଣ କରିଥିଲେ । ଉଭୟଙ୍କୁ ଛଡାଇବାକୁ ଯାଇ ତାଙ୍କ ମା ମଧ୍ୟ ଦୃବୁର୍ତ୍ତଙ୍କ ଆକ୍ରମଣର ଶିକାର ହୋଇଥିଲେ। ଦୁଇ ଭାଇ ଆହାତ ଅବସ୍ଥାରେ ବ୍ରହ୍ମପୁର ଏମକେସିଜି ମେଡିକାଲରେ ଚିକିସ୍ଛିତ ହେଉଥିବା ବେଳେ ଚିକିତ୍ସା ଅବସ୍ଥାରେ ହିଁ ଦୁଷ୍ମନ୍ତଙ୍କ ମୃତ୍ୟୁ ଘଟିଥିଲା ।

ଏନେଇ ଦିଗପହଣ୍ଡି ଥାନା ଅଧିକାରୀ ବସନ୍ତ ସେଠୀ ,ଚିକିଟି ଏସଡିପିଓ ସୁରେନ୍ଦ୍ର ନାଥ ମୁର୍ମୁ ଘଟଣାସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ କରି ଦୁଇଜଣଙ୍କୁ ଅଟକ ରଖି ପଚରା ଉଚୁରା କରୁଛି । ପୂର୍ବରୁ ଦେବାଳୟ ମା ସାତଭଉଣୀ ମନ୍ଦିର କାମକୁ ନେଇ ଆକ୍ରମଣକାରୀ ମାନଙ୍କ ଓ ଦୁଷ୍ମନ୍ତଙ୍କ ମଧ୍ୟରେ ଶତ୍ରୃତା ଲାଗିରହିଥିଲା। ଦୁଷ୍ମନ୍ତ ଏକ ରାଜନୈତିକ ଦଳର କର୍ମୀ ଥିବା ବେଳେ ଆକ୍ରମଣକାରୀ ଦୃବୁ୍ତମାନେ ମଧ୍ୟ ଉକ୍ତ ଦଳର ହୋଇଥିବା ସୂଚନା ମିଳିଛି ।

ସେହି ଅଞ୍ଚଳ ଗୁଣ୍ଡାରାଜ ଚାଲିଥିବା ବେଳେ ସେମାନଙ୍କ ଆକ୍ରମଣରେ କିଛି ଲୋକଙ୍କ ମୁର୍ତ୍ୟୁ ହେଉଥିବା ବେଳେ, ଅନନନ୍ତେଇ ଗ୍ରାମରୁ ଦିଗପହଣ୍ଡି ପୋଲିସ ଷ୍ଟେସନ 30 କିଲୋମିଟର ହଉଥିବରୁ ପୋଲିସ ଫାଣ୍ଡି କରିବା ବାରମ୍ବାର ଗ୍ରାମବାସୀ ମାନେ ଦାବି କରିଥିଲେ ମଧ୍ୟ୍ୟ ପ୍ରଶାସନ ଦୃଷ୍ଟି ପଡୁନି ଅଭିଯୋଗ ହେଉଛି | କିନ୍ତୁ ପୋଲିସର ପେଟ୍ରୋଲିଂ ସଠିକ ଭାବେ ହେଉନଥିବା ଯୋଗୁ ଅଞ୍ଚଳ ବାସୀ ଦୁଃଖ ପ୍ରକାଶ କରିଛନ୍ତି ।