Thursday, October 15, 2026
Home ଆଞ୍ଚଳିକ ବେଗୁନିଆପଡା ବ୍ଲକ ର ବିଭିନ୍ନ ଅଙ୍ଗନବାଡି କେନ୍ଦ୍ର ବୁଲି ଦେଖିଲେ ଜିଲ୍ଲା ଶିକ୍ଷାଧିକାରୀ

ବେଗୁନିଆପଡା ବ୍ଲକ ର ବିଭିନ୍ନ ଅଙ୍ଗନବାଡି କେନ୍ଦ୍ର ବୁଲି ଦେଖିଲେ ଜିଲ୍ଲା ଶିକ୍ଷାଧିକାରୀ

15

ବେଗୁନିଆପଡା,୦୧/୦୨(ଦେବାଶିଷ ମହାରଣା):କରୋନା ମହାମାରୀ ଯୋଗୁଁ ଦୀର୍ଘ ଦଶ ମାସ ହେଲା ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ ହେଲା ପରେ ପର୍ଯ୍ୟାୟ କ୍ରମେ ସମସ୍ତ ସ୍କୁଲ, କଲେଜ, ଅଙ୍ଗନବାଡି କେନ୍ଦ୍ର ଖୋଲିବାକୁ ନିଷ୍ପତି ନେଇଛନ୍ତି ରାଜ୍ୟ ସରକାର । ଫେବୃଆରୀ ଏକ ତାରିଖ ରୁ ରାଜ୍ୟରେ ସମସ୍ତ ଅଙ୍ଗନବାଡି କେନ୍ଦ୍ର ଖୋଲିଥିବା ବେଳେ, ବେଗୁନିଆପଡା ବ୍ଲକ ରେ ଅଙ୍ଗନବାଡି କେନ୍ଦ୍ର ଗୁଡିକ ର ସ୍ଥିତି ଅନୁଧ୍ୟାନ କରିବାକୁ ସୋମବାର ଗଞ୍ଜାମ ଜିଲ୍ଲା ଶିକ୍ଷାଧିକାରୀ ଶ୍ରୀ ଅମୁଲ୍ୟ କୁମାର ପ୍ରଧାନ ପହଂଚିଥିଲେ ।

ଶ୍ରୀ ପ୍ରଧାନ ବେଗୁନିଆପଡା,କେ.ବରିଡା,ସାଂକୁଡା ସମେତ ବହୁ ଅଙ୍ଗନବାଡି କେନ୍ଦ୍ର ଗୁଡିକ ରେ ପହଂଚି ଅଙ୍ଗନବାଡି କର୍ମୀ ଙ୍କ ସହ ଆଲୋଚନା କରିବା ସହ କୋଭିଡ଼ ନିୟମ ମାନି କେନ୍ଦ୍ର ପରିଚାଳନା କରିବାକୁ ପରାମର୍ଶ ଦେଇଥିଲେ ।ପରେ ସାଂକୁଡା ସ୍ଥିତ ଧବଳେଶ୍ୱର ବିଦ୍ୟାପୀଠ,ସାଂକୁଡା ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ବେଗୁନିଆପଡା ସ୍ଥିତ ଜନତା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ କୁ ଯାଇ ସମସ୍ତ ପ୍ରଧାନ ଶିକ୍ଷକ ଙ୍କ ସହ ଆଲୋଚନା କରିଥିଲେ ।

ଦଶମ ଶ୍ରେଣୀ ଛାତ୍ର ଛାତ୍ରୀ ଙ୍କ ଡ୍ରିମ ପରୀକ୍ଷା ସଫଳତାର ସହ ସରିଥିବା ଯୋଗୁଁ ଶ୍ରୀ ପ୍ରଧାନ ଖୁସି ବ୍ୟକ୍ତ କରିଥିଲେ ।ସୋମବାର ଶ୍ରୀ ପ୍ରଧାନ ଙ୍କ ଗ୍ରସ୍ତରେ ବେଗୁନିଆପଡା ବିଇଓ କମଳାକାନ୍ତ ସାହୁ,ଭାରପ୍ରାପ୍ତ ଜିଲ୍ଲା କ୍ରୀଡା ଶିକ୍ଷାଧିକାରୀ ଭାଗିରଥି ସ୍ୱାଇଁ ପ୍ରମୁଖ ଉପସ୍ଥିତ ଥିଲେ ।