
ବେଗୁନିଆପଡା,01/02(ଦେବାଶିଷ ମହାରଣା):ଗଞ୍ଜାମ ଜିଲ୍ଲା ବେଗୁନିଆପଡା ଫାଣ୍ଡି ଅନ୍ତର୍ଗତ ସଂକୁଡା ପଞ୍ଚାୟତ ର ଲଛିପୁର ଠାରେ ସୋମବାର ସକାଳ 11ଟା ସମୟରେ ଏକ ଆଇ10 (ଓଆର 07ୱାଇ 6061) କାର ନବଜାତ ଶିଶୁ ଓ ମା ଙ୍କୁ ଧରି ମେଡିକାଲ ରୁ ଫେରିବା ସମୟରେ ଭାରସାମ୍ୟ ହରାଇ ଏକ ସୂଚନା ଫଳକକୁ ଧକ୍କା ଦେଇଥିଲା | ଘଟଣା ସ୍ଥଳରେ କାର ଟି ର ସମ୍ମୁଖ ଭାଗ ଚୁରମାର ହୋଇଥିବା ବେଳେ ଡ୍ରାଇଭର ରତ୍ନାକର ପ୍ରଧାନ ଙ୍କ ଛାତିରେ ଗଭୀର ଆଘାତ ଲାଗିଥିବା ଜଣାପଡିଛି |
କାର ରେ ଥିବା ଆଶାକର୍ମୀ ପାଣୁଆଣି ବେହେରା(56) ଓ କୁମାରୀ ତାରିଣୀ(55) ଙ୍କୁ ମଧ୍ୟ ଗଭୀର ଆଘାତ ଲାଗିଛି | ସମସ୍ତ ଆହତଙ୍କୁ ସୁମଣ୍ଡଳ ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦରେ ପ୍ରାଥମିକ ଚିକିତ୍ସା କରାଯାଇ ବ୍ରହ୍ମପୁର ସ୍ଥିତ ଏମ କେ ସି ଜି ମେଡିକାଲ କୁ ସ୍ଥାନାନ୍ତରିତ କରାଯାଇଥବା କଥା ଡ଼ଃ ରାଜେନ୍ଦ୍ର ପ୍ରଧାନ ସୂଚନା ଦେଇଛନ୍ତି | ନବଜାତ ଶିଶୁ ଓ ମା ସୁସ୍ଥ ଥିବା ବେଳେ ସମସ୍ତ ଆହତ କୁମ୍ଭାରଗାଁ ପଞ୍ଚାୟତ ଅନ୍ତର୍ଗତ କୁମାରିପାରି ଗ୍ରାମର ବୋଲି ଜଣା ପଡିଛି |


