
ନୂଆଦିଲ୍ଲୀ, କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସଂସଦରେ ବଜେଟ ଉପସ୍ଥାପନା କରିଛନ୍ତି । ଭାରତର ସ୍ୱାଧୀନତା ଇତିହାସରେ ପୂର୍ଣ୍ଣକାଳୀନ ମହିଳା ଅର୍ଥମନ୍ତ୍ରୀ ଭାବେ ଶ୍ରୀମତି ସୀତାରମଣ ବଜେଟ ଉପସ୍ଥାପନ କରିଛନ୍ତି । ୨୦୨୧-୨୦୨୨ ଆର୍ଥକ ବର୍ଷର ବଜେଟ ଚଳିତ ଶତାଦ୍ଧୀର ସଂପୂର୍ଣ୍ଣ ନିଆରା ବଜେଟ ହେବ ବୋଲି କହିଛନ୍ତି ଅର୍ଥମନ୍ତ୍ରୀ । ଏଠାରେ ସୂଚନା ଯୋଗ୍ୟ ଯେ, ଶ୍ରୀମତି ସୀତାରମଣ ଅର୍ଥନୀତି ବିଷାରଦ ନହୋଇଥବଲେ ମଧ୍ୟ ବିଶ୍ୱର ଏକ ପ୍ରମୁଖ ଆର୍ଥିକ ସଂସ୍ଥା ପିଡବ୍ଲ୍ୟୁସିରେ କାର୍ଯ୍ୟ କରିବାର ଅଭିଜ୍ଞତା ସୀତାରମଣଙ୍କ ରହିଛି । କେନ୍ଦ୍ର ଅର୍ଥମନ୍ତ୍ରୀ ଉପସ୍ଥାପନ କରୁଥିବା ୨୦୨୧-୨୦୨୨ ବଜେଟ ଭଳି ବଜେଟକୁ ପୂର୍ବରୁ କେବେ ଉପସ୍ଥାପିତ ହୋଇନଥିବା କିମ୍ବା ‘ମିନି ବଜେଟସ’ ବୋଲି କୁହାଯାଉଛି । ଏଭଳି ବଜେଟ ଉପସ୍ଥାପନ କରିବାରେ ସୀତାରମଣ ହେଉଛନ୍ତି ହାତ ଗଣତି ଭାରତର କେତେ ଜଣ ଅର୍ଥମନ୍ତ୍ରୀଙ୍କ ମଧ୍ୟରୁ ଅନ୍ୟତମ । ଚଳିତ ବର୍ଷର ବଜେଟ ପେପରଲେସ ହୋଇଥିବାରୁ ଅର୍ଥମନ୍ତ୍ରୀ ‘ଭାରତରେ ନିର୍ମିତ’ ଏକ ‘ଟ୍ୟାବ୍ଳେଟ’ରୁ ବଜେଟ ପାଠ କରିଛନ୍ତି ।



