
ବାଲିଗୁଡା,୦୧/୧(ସୁରେଶ କୁମାର ପଣ୍ଡା ): କନ୍ଧମାଳ ଜିଲ୍ଲା ବାଲିଗୁଡା ଅନ୍ତର୍ଗତ ବାଟାଗୁଡା ପଂଚାୟତର ଗୋଟିଏ ପରିବାରର ନଅ ମାସର ଶିଶୁ କନ୍ୟା ଏପରି ଏକ ରୋଗରେ ଆକ୍ରାନ୍ତ ଯାହାର ମୁଣ୍ଡ ଦିନକୁ ଦିନ ବଢିବାରେ ଲାଗିଛି ଓ ଆଖିକୁ ଦେଖାଯାଉନାହିଁ । ଶିଶୁ କନ୍ୟା ନାମ ହେଉଛି ପ୍ରତିଭା ମଲ୍ଲିକ । ଏଭଳି ସ୍ଥିତିର ସମ୍ମୁଖୀନ ପାଇଁ ପରି ବାରର ଆର୍ଥି କ ଅବସ୍ଥା ଶୋଚନୀୟ ଥିବାରୁ ମେଡିକାଲ ସୁବିଧାରୁ ବଂଚିତ ହେଉଅଛି ପ୍ରତିଭା ମଲ୍ଲିକ ।





ଆଜି ଶିଶୁ କନ୍ୟାର ବାପା ଗଣପ୍ରତିନିଧିଙ୍କୁ ଜଣାଇଥିଲେ, ଯାହା ଫଳରେ ଗଣପ୍ରତିନିଧି ସ୍ଥାନୀୟ ବିଧାୟକଙ୍କ ସହାୟତାରେ ଜିଲ୍ଲାପାଳଙ୍କୁ ଅବଗତ କରାଇଥିଲେ । ଏବଂ ଜିଲ୍ଲାପାଳ ଶିଶୁ କନ୍ୟାର ତୁରନ୍ତ ଚିକତ୍ସା ପାଇଁ ଫୁଲବାଣୀ ମୁଖ୍ୟ ଚିକତ୍ସାଳୟକୁ ସ୍ଥାନାନ୍ତର କରିବାକୁ ପ୍ରତିଶୃତି ଦେଇଛନ୍ତି ।



