
ଗଞ୍ଜାମ: ଭାରତୀୟ ଜନତା ପାର୍ଟି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜଗତ ପ୍ରକାଶ ନଡାଙ୍କ ଆଗ୍ରହ କ୍ରମେ ସମଗ୍ର ଭାରତ ବର୍ଷର ପ୍ରତେକ ମଣ୍ଡଳରେ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହେବାର ଲକ୍ଷ ରହିଛି l ବିଜେପି ଗଞ୍ଜାମ ଜିଲ୍ଲା ସଭାପତି ବିଭୁତି ଭୂଷଣ ଜେନାଙ୍କ ନିର୍ଦେଶକ୍ରମେ ଗୋସାଣି ନୂଆଗାଁ ମଣ୍ଡଳ ସଭାନେତ୍ରୀ ଡକ୍ଟର. ନମିତା ରାଣୀ ପଣ୍ଡାଙ୍କ ସଭାପତିତ୍ୱରେ ଷ୍ଟେସନ ରୋଡ଼ ସ୍ଥିତ ବିଜେପି ଜିଲ୍ଲା କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି l
ଏହି ପ୍ରଶିକ୍ଷଣ ଶିବିରକୁ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ସରୋଜ ସାବତ ଦୀପ ପ୍ରଜ୍ବଳନ କରି ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିବା ବେଳେ, ଉଦଘାଟନ ଭାଷଣ ସହ ରାଜ୍ୟ ରାଜନୈତିକ ପୃଷ୍ଠଭୂମି ଓ ବିଜେପିର ନିର୍ବାଚନ ପରିଚାଳନା ଉପରେ ଉପସ୍ଥିତ କାର୍ଯ୍ୟକର୍ତ୍ତାଙ୍କୁ ପ୍ରଶିକ୍ଷିତ କରାଯାଇଥିଲା l ଏହି ଅବସରରେ ମହନ୍ତ ଚିନ୍ମୟlନନ୍ଦ ଦାସ, ଭାରତ ମୁଖ୍ୟ ବୈଚାରିକ ବିଚାରଧାରା ବାଳକୃଷ୍ଣ ସାମନ୍ତରା, ମୋଦି ସରକାରଙ୍କ ଛଅ ବର୍ଷର ସଫଳତା ଗଙ୍ଗାଧର ଶତପଥି, ବିଜେପିର ଇତିହାସ ଓ ବିକାଶ ଶିବ ଶଙ୍କର ଶତପଥୀ, ବିଜେପିର ବିଚାର ଓ ପରିବାର ସମ୍ପର୍କରେ କାର୍ଯ୍ୟକର୍ତ୍ତା ପ୍ରଶିକ୍ଷଣ ଦେଇଥିଲେ l
ଏହି ପ୍ରଶିକ୍ଷଣ ଶିବିରକୁ ପ୍ରଭାତ କିରଣ ଷଡ଼ଙ୍ଗୀ ପରିଚାଳନା କରିବା ସହ ଏହି ଶିବିର ଉଦେଶ୍ୟ ସମ୍ପର୍କରେ କହିଥିଲେ l ମଣ୍ଡଳ ସାଧାରଣ ସମ୍ପାଦକ ମନୋଜ ପାଢ଼ୀ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ଅନ୍ୟମାନଙ୍କ ମଧ୍ୟରେ ଏନ. ରାଜେନ୍ଦ୍ର କୁମାର, ସୁନୀଲ କୁମାର ସାହୁ, ପି. ସୋମେଶ୍ୱର ରାଓ, ବିଜୟ କୁମାର ସାହୁ, ବିନୋଦ ବିହାରୀ ସିଂ, ଶିଶିର ଚୌଧୁରୀ, ହରିହର ମହାପାତ୍ର, ମଧୁସୂଦନ ସାହୁ, ସନ୍ଦେଶ ଦାସ, ସୁଶୀଳା ମଲ୍ଲିକ, ରଂଜିତା ପଟ୍ଟନାୟକ, ପ୍ରିୟା ଆଚାରୀ, ପ୍ରଭାତ ପାଣିଗ୍ରାହୀ, ନର୍ମଦା ମଣି ରାଜୁ, ଧରିତ୍ରୀ ପାଢ଼ୀ, ଅଶୋକ ସାହୁ, ନରସିଂହ ଶତପଥି, ପ୍ରମୁଖଙ୍କ ସମେତ ବହୁ କାର୍ଯ୍ୟକର୍ତ୍ତା ଯୋଗ ଦେଇଥିଲେ


















