Sunday, October 11, 2026
Home ଜିଲ୍ଲା ରାଉରକେଲା ମହାନଗର ନିଗମ ପକ୍ଷରୁ ସଫେଇ କର୍ମଚାରୀଙ୍କ ଲାଗି ବଡାଖାନା କାର୍ଯ୍ୟକ୍ରମ ଆୟୋଜିତ

ରାଉରକେଲା ମହାନଗର ନିଗମ ପକ୍ଷରୁ ସଫେଇ କର୍ମଚାରୀଙ୍କ ଲାଗି ବଡାଖାନା କାର୍ଯ୍ୟକ୍ରମ ଆୟୋଜିତ

24

ରାଉରକେଲା/ସୁନ୍ଦରଗଡ଼,[ବିଶ୍ବରଂଜନ ହୋତା]: ରାଉରକେଲା ମହାନଗର ନିଗମ ପକ୍ଷରୁ ଆଜି ସ୍ଥାନୀୟ ଲେବର ଟେନାମେଣ୍ଟ କଲ୍ୟାଣ ମଣ୍ଡପ ଠାରେ ସଫେଇ କର୍ମଚାରୀଙ୍କ ନିମନ୍ତେ ବଡାଖାନା କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ରାଉରକେଲା ମହାନଗର ନିଗମର କମିଶନର ଶ୍ରୀଯୁକ୍ତ ଦିବ୍ୟଜ୍ୟୋତି ପରିଡା ଯୋଗ ଦେଇ ସଫେଇ କର୍ମଚାରୀଙ୍କୁ ଉତ୍ସାହିତ କରିଥିଲେ। ସଫେଇ କର୍ମଚାରୀଙ୍କ ବିନା ସହରର ସ୍ୱଚ୍ଛତା ସମ୍ଭବ ନୁହଁ। ରାଉରକେଲା କୁ ସ୍ଵଛ ସୁନ୍ଦର ରଖିବା ଲାଗି ସଫେଇ କର୍ମଚାରୀଙ୍କ ଅନବରତ ପରିଶ୍ରମର ତୁଳନା ନାହିଁ।

କୋଭିଡ ମହାମାରୀର ଭୟାବହତା ମଧ୍ୟରେ ବି ସଫେଇ କର୍ମଚାରୀ ମାନେ ପଛକୁ ହଟିନାହାନ୍ତି। ସାମ୍ନାରେ ରହି ମହାମାରୀ ସହ ଲଢେ଼ଇ କରି ସହରର ପରିମଳ ବ୍ୟବସ୍ଥାର ସୁଦୃଢ଼ୀକରଣ ପାଇଁ କାର୍ଯ୍ୟ କରିଛନ୍ତି।। ତେଣୁ ସେମାନଙ୍କୁ ଉତ୍ସାହିତ କରିବା ଲାଗି ଏହି ବଡାଖାନା କାର୍ଯ୍ୟକ୍ରମ ର ଆୟୋଜନ କରାଯାଇଛି ବୋଲି ମହାନଗର ନିଗମ କମିଶନର ଶ୍ରୀଯୁକ୍ତ ପରିଡା ମତବ୍ୟକ୍ତ କରିଥିଲେ।

ଏହି କାର୍ଯ୍ୟକ୍ରମ ମାଧ୍ୟମରେ ସଫେଇ କର୍ମଚାରୀଙ୍କୁ ଅଧିକ ପାରଦର୍ଶୀ କରିବା ଲାଗି ତାଲିମ ଦିଆଯିବା ସହ ଅଧିକ କୁଶଳତାର ସହ କାର୍ଯ୍ୟ କରିବାକୁ ଉତ୍ସାହିତ କରାଯାଇଥିଲା। ସଫେଇ କାର୍ଯ୍ୟରେ ଉନ୍ନତ ପ୍ରଦର୍ଶନ କରିଥିବା 6 ଜଣ ସଫେଇ କର୍ମଚାରୀ ତଥା ସାଥିଙ୍କୁ ସମ୍ବର୍ଦ୍ଧିତ କରାଯାଇଛି। ଆଜି 4 ଟି ୱାର୍ଡ ର ସଫେଇ କର୍ମଚାରୀଙ୍କ ପାଇଁ ଏହି କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିବା ବେଳେ ପରବର୍ତୀ ସମୟରେ ଅନ୍ୟ ୱାର୍ଡ ର ସଫେଇ କର୍ମଚାରୀଙ୍କ ପାଇଁ ମଧ୍ୟ ଏହିଭଳି କାର୍ଯ୍ୟକ୍ରମ ଆୟୋଜନ କରାଯିବ ବୋଲି ଜଣାପଡିଛି। ଆଜିର କାର୍ଯ୍ୟକ୍ରମରେ ମହାନଗର ନିଗମ ଡେପୁଟି କମିଶନର ସିତାଦେବୀ ମାଝୀ ଓ ଗୌରବମୟ ପ୍ରଧାନ ପରିଚାଳନା କରିଥିଲେ।