
ସୁନ୍ଦରଗଡ଼,[ବିଶ୍ବରଂଜନ ହୋତା]: ବିଜୁ ଛାତ୍ର ଜନତା ଦଳର ରାଜ୍ୟ ସଭାପତି ତଥା ବାଙ୍କୀ ବିଧାୟକ ଦେବୀ ରଞ୍ଜନ ତ୍ରିପାଠୀଙ୍କ ଆହ୍ଵାନ କ୍ରମେ ଆଜି ସୁନ୍ଦରଗଡ଼ ସାଂଗଠନିକ ଜିଲ୍ଲାର ବିଜୁ ଛାତ୍ର ଜନତା ଦଳ ତରଫରୁ ସ୍ଥାନୀୟ ମହାଦେବ ପଦା ସ୍ଥିତ ଶଙ୍କର ମେରେଜ୍ ହଲ୍ ରେ ଜିଲ୍ଲା ଛାତ୍ର ସଭାପତି ସାୟଦ୍ ସାହାବାଜ୍ ହୁସେନ୍ ଙ୍କ ନେତୃତ୍ୱରେ ଏକ ଡିଜିଟାଲ କର୍ମଶାଳା ଆୟୋଜିତ ହୋଇଯାଇଛି।
ଏହି କର୍ମଶାଳାରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ଜନକଲ୍ୟାଣ ଯୋଜନାଗୁଡ଼ିକ କିପରି ଲୋକାଭିମୁଖୀ ହୋଇ ଲୋକଙ୍କ ପାଖରେ ଯଥାବିଧି ପହଞ୍ଚିବ ତାହା ଉପରେ ବିସ୍ତୃତ ଆଲୋଚନା ହୋଇଥିଲା। ଏହି କର୍ମଶାଳାରେ ରାଜ୍ୟ ସମ୍ପାଦକ ରବୀନ୍ଦ୍ର ପ୍ରଧାନ ମୂଖ୍ୟ ଅତିଥି ଭାବରେ ଯୋଗ ଦେଇଥିଲେ। ଏହି କାର୍ଯ୍ୟକ୍ରମରେ ଦିନେଶ ଠାକୁର୍, ଅନିରୁଦ୍ଧ ସାହୁ, ମାନସ ରଞ୍ଜନ ବେହେରା,ହେମନ୍ତ ବଜାଜ୍, ଅମନ୍ ହୁସେନ, ପରଭେଜ୍ ଖାନ୍, ଋତୁରାଜ ପୁରୋହିତ,ରିହାନ ଖାନ୍, ହରିଶ ମିଶ୍ର, ଶୈଳେଶ ନାଏକ, ରଞ୍ଜିତ ରାଣା, ନିଖିଲ ସାହୁ, ନିଲୁ
ପଟେଲ୍, ସୁଭଦ୍ରା ବାଉରୀ, ରାକ୍ଷୀ ସାହୁ, କାର୍ତ୍ତିକ ଶର୍ମା, ଫୈଜାଲ ହୁସେନ, ବିଭୂତି ପଟେଲ୍,ସଞ୍ଜୀବ ବଞ୍ଚୁଆ, ସଞ୍ଜୀବ ପୃଷେଠ,ନିଲ ମାଝୀ,ସୁଧୀର ସା,ସୁଶାନ୍ତ କୁମାର ଦେବ୍, ଆହ୍ଵାନ ବହିଦାର, ସ୍ଵାଗତ ଯୋଶୀ ଓ ସମସ୍ତ ବ୍ଲକ୍ ସଭାପତି ତଥା ମିଡ଼ିଆ ସଂଯୋଜକ ଉପସ୍ଥିତ ଥିଲେ। ଏହି କାର୍ଯ୍ୟକ୍ରମରେ ରମାଦେବୀ ବିଶ୍ଵବିଦ୍ୟାଳୟର ଛାତ୍ରୀ ଝରାଫୁଲ ନାୟକଙ୍କ ପାଇଁ ଦୁଇ ମିନିଟ ଶୋକ ପ୍ରାର୍ଥନା କରାଯାଇଥିଲା । ଶେଷରେ ଆହ୍ଵାନ ବହିଦାର ସମସ୍ତଙ୍କୁ ଧନ୍ୟବାଦ୍ ଅର୍ପଣ କରିଥିଲେ।





