
ବିଷମକଟକ,[ପ୍ରସନ କୁମାର ପଣ୍ଡା]: ଗତ କାଲି ପଦ୍ମପୁର ପୋଲିସ ପେଟ୍ରୋଲିଙ୍ଗ କରୁ ଥିବା ସମୟରେ କୌଣସି ସୂତ୍ରରୁ ଖବର ପାଇ ପଦ୍ମପୁର ଥାନା ର ପୀଡିପାଙ୍ଗ ଗାଁ ରୁ ଏକ ମେକ୍ସପିକଆପ ଗାଡି ରେ ରାୟପୁର କୁ ଗଞ୍ଜେଇ ଚୋରା ଚାଲାଣ ହେଉ ଥିବା ବେଳେ ଗାଡି କୁ ଅଟକାଇ ସେଥିରୁ 385 kg ଗଞ୍ଜେଇ 6ଟି ଜରୀ ବେଗ ସହ ଜବତ କରିଛନ୍ତି ଜବତ ଗଞ୍ଜେଇ ର ଆନୁମାନିକ ମୁଖ୍ୟ ଲକ୍ଷଧିକ ଟଙ୍କା ହେବ ବୋଲି ଜଣାପଡିଛି |
ଏହି ରେଡ ବେଳେ ଗୁଣୁପୁର ଏସ ଡି ପି ଓ ରାଜକିଶୋର ଦାସ ପଦ୍ମପୁର ଥାନା ଅଧିକାରୀ ସୁଶାନ୍ତ ନାୟକ ପ୍ରମୁଖ ଉପସ୍ଥିତ ଥିଲେ ଗିରଫ ଦୁଇ ଜଣ ହେଉଛନ୍ତି ପୀଡିପାଙ୍ଗ ଗାଁ ର ଆସିନା ଶବର ଏବଂ ଗୁରୁବାଡା ଶବର ଏମାନଙ୍କ ବିରୁଦ୍ଧରେ ଦଫା 20 B 2 C NDPS Act ରେ ମାମଲା ରୁଜ୍ଜୁ କରାଯାଇ ଆଜି କୋର୍ଟ ଚାଲାଣ କରାଯାଇଥିବା ଖୋଦ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ବିବେକାନନ୍ଦ ଶର୍ମା ଆମ କୁ ସୂଚନା ଦେଇଛନ୍ତି।


