Saturday, November 14, 2026
Home ଜିଲ୍ଲା କନ୍ଧମାଳ ଧୁମଧାମରେ ପାଳନ ହେଲା ପୃଷ୍ଟି ମହୋତ୍ସବ

ଧୁମଧାମରେ ପାଳନ ହେଲା ପୃଷ୍ଟି ମହୋତ୍ସବ

42

ବାଲିଗୁଡା,[ସୁକାନ୍ତ କୁମାର ତ୍ରିପାଠୀ]: ମୁଖ୍ୟମନ୍ତ୍ରୀଙ୍କ ଦ୍ଵାରା ଗତ ୨୬ ତାରିଖ ସାଧାରଣତନ୍ତ୍ର ଦିବସ ଅଵସରରେ ଆନୁଷ୍ଠାନିକ ଭାବେ ପୃଷ୍ଟି ଆରମ୍ଭ ହୋଇ ଆଜି ତା ୩୦ ରିଖ ଦିନ ଶେଷ ହୋଇଛି । ଦାରିଂଙ୍ଗବାଡି ବ୍ଲକ ଶ୍ରାନିକେତା ଗ୍ରାମ ପଞ୍ଚାୟତର ଟକରମାଲା ଗ୍ରାମରେ ଅର୍ଥାତ ଘୁ-ଉଦୟଗିରି ବିଧାନ ମଣ୍ଡଳୀର ବିଧାୟକ ଶ୍ରୀଯୁକ୍ତ ସାଲୁଗା ପ୍ରଧାନ ଙ୍କ ନିଜ ଗ୍ରାମରେ ଧୁମଧାମରେ ପାଳନ ହୋଇଥିଲା। ।

ନିଜେ ମାନନୀୟ ଶ୍ରୀଯୁକ୍ତ ସାଲୁଗା ପ୍ରଧାନ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ ।ସେହିପରି ମଞ୍ଚାସିନ ଅତିଥି ମାନଙ୍କ ମଧ୍ୟରେ ଗ୍ରାମ ପଞ୍ଚାୟତ ସରପଞ୍ଚ ଶ୍ରୀମତୀ ସୁପର୍ଣ୍ଣା ପ୍ରଧାନ, ଓଡିଶା ଜୀବିକା ମିଶନରୁ ବିଟିଏମ ପିଣ୍ଟୁ ନାୟକଙ୍କ ସମେତ ସ୍ଥାନୀୟ ମହିଳା ଗ୍ରୁପର ସିଅରପି, ପ୍ରାଣୀ ମିତ୍ର ଓ କୃଷି ମିତ୍ର ମାନେ ଯୋଗ ଦେଇଥିଲେ । କାର୍ଯ୍ୟକ୍ରମ କୁ ଶ୍ରୀମତୀ ଭାଗ୍ୟବତୀ ପ୍ରଧାନ ପରିଚାଳନା କରିଥିଲେ ।

ମାନ୍ୟବର ବିଧାୟକ ଶ୍ରୀଯୁକ୍ତ ସାଲୁଗା ପ୍ରଧାନ ଜୋରଦାର ଅଭିଭାଷଣ ମାଁ ଏବଂ ପୃଷ୍ଟିକର ଖାଦ୍ୟ ଉପରେ କହିଥିଲେ। ଦେଶାତ୍ମକ, କୁଇ ସଙ୍ଗୀତରେ ନୃତ୍ୟ ତଥା ଅନ୍ୟାନ୍ୟ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା । କୁନି କୁନି ବାଳିକା ମାନେ ନିଜର ଅନନ୍ୟ ପ୍ରତିଭା ନୃତ୍ୟ କଳା ପ୍ରଦର୍ଶନ କରି ମଞ୍ଚାସିନ ଅତିଥି ତଥା ଦର୍ଶକଙ୍କୁ ମନମୁଗ୍ଧ କରିଥିଲେ । ଦୀର୍ଘ ସମୟ ଧରି ଦର୍ଶକ କାର୍ଯ୍ୟକ୍ରମ କୁ ଶେଷ ପର୍ଯ୍ୟନ୍ତ ଉପଭୋଗ କରିଥିଲେ ।