Sunday, November 15, 2026
Home ଜିଲ୍ଲା ଚାଟିକଣା:ବରିଷ୍ଠ ସମାଜସେବୀ ଙ୍କ ପରଲୋକ

ଚାଟିକଣା:ବରିଷ୍ଠ ସମାଜସେବୀ ଙ୍କ ପରଲୋକ

16
ri

ବିଷମକଟକ,୩୦-୧-୨୦୨୧(ସନାତନ ନାୟକ):ରାୟଗଡା ଜିଲ୍ଲା ବିଷମକଟକ ବ୍ଳକ ଚାଟିକଣା ଗ୍ରାମ ପଞ୍ଚାୟତ ଠାରେ ଚକ୍ର ମନହୀରା ନାମକ ବୃଦ୍ଧ ବ୍ଯକ୍ତି ଦେହ ତ୍ୟାଗ କରିଛନ୍ତି। ତାଙ୍କୁ ମୃତ୍ୟୁ ବେଳକୁ ୯୨ ବର୍ଷ ବୟସ ହୋଇଥିଲା।ସ୍ବର୍ଗତ ମାନହୀରା ସ୍ଥାନୀୟ ଅଞ୍ଚଳରେ ସମାଜସେବୀ ଭାବେ ପରିଚିତ ଥିଲେ।ସବୁ ବର୍ଗର ଲୋକଙ୍କ ସହିତ ତାଙ୍କର ସୁ ସମ୍ପର୍କ ଥିଲା।

ଆଜି ତାଙ୍କ ମୃତ୍ୟୁ ଖବର ଶୁଣି ଅନୁସୂଚିତ ଜାତି ଓ ଜନଜାତି ମନ୍ତ୍ରୀ ଶ୍ରୀ ଜଗନ୍ନାଥ ସାରକା ତାଙ୍କ ଘରକୁ ଯାଇ ତାଙ୍କର ପରିବାର ସହିତ ସାକ୍ଷାତ କରି ସମବେଦନା ଜଣାଇଛନ୍ତି। ବିଷମ କଟକ ବ୍ଲକ ର ସମସ୍ତ ବିଜୁ ଜନତା ଦଳର ସଦସ୍ୟମାନେ ଯାଇ ତାଙ୍କର ଚାରି ପୁଅ ଙ୍କ ସହିତ ମିଶି ଥିଲେ ।ମନ୍ତ୍ରୀ ଶ୍ରୀ ସାରକା ଦୁଃଖ ପ୍ରକାଶ କରିଥିଲେ।