
ସୁନ୍ଦରଗଡ଼,[ବିଶ୍ବରଂଜନ ହୋତା]: ହକିର ଏନ୍ତୁଡ଼ିଶାଳ ସୁନ୍ଦରଗଡ ଜିଲ୍ଲା କୁ ନବୀନ ପଟ୍ଟନାୟକଙ୍କ ଭେଟି.. ପ୍ରାୟ ୧୭ ଗୋଟି ବ୍ଲକ ରେ ହକି ଷ୍ଟାଡିୟମ ନିର୍ମାଣ କରିବା ପାଇଁ ନବୀନ ବାବୁ ନେଇଥିବା ନିଷ୍ପତ୍ତି କୁ କାର୍ଯ୍ୟକାରୀ କରିବା ପାଇଁ ଆଜି ଓଡିଶା ସରକାରଙ୍କ ( E &IT, Sports and Youth Services govt of Odisha) ମନ୍ତ୍ରୀ ଶ୍ରୀଯୁକ୍ତ ତୁଷାରକାନ୍ତି ବେହେରା ରାଜଗାଙ୍ଗପୁର ନିର୍ବାଚନ ମଣ୍ଡଳୀ ର ରାଜଗାଙ୍ଗପୁର ବ୍ଲକ ର ଅଲଣ୍ଡା ଗ୍ରାମ ପଞ୍ଚାୟତ, ଓ କୁତ୍ରା ବ୍ଲକ ର କଲିଜା ପଥର ଖେଳ ପଡିଆ କୁ ପରିଦର୍ଶନ କରିଥିଲେ, ଆଗାମୀ ଦିନରେ ଏହି ଦୁଇ ବ୍ଲକ ରେ ଦୁଇଟି ନୂତନ ହକି ଷ୍ଟାଡିୟମ ନିର୍ମାଣ ପାଇଁ ତୁରନ୍ତ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବା ପାଇଁ ମନ୍ତ୍ରୀ ଶ୍ରୀ ବେହେରା ପ୍ରତିଶ୍ରୁତି ଦେଇଛନ୍ତି, ଏହି କାର୍ଯ୍ୟକ୍ରମ ରେ ସୁକିନ୍ଦା ବିଧାୟକ ତଥା ସୁନ୍ଦରଗଡ ବିଜୁ ଜନତା ଦଳର ପର୍ଯ୍ୟବେକ୍ଷକ ଶ୍ରୀଯୁକ୍ତ ପ୍ରୀତିରଞ୍ଜନ ଘଡେଇ ଉପସ୍ଥିତ ରହି ସୁନ୍ଦରଗଡ ଜିଲ୍ଲାରେ ରେ ଉନ୍ନୟନ ମୂଳକ କାର୍ଯ୍ୟ କୁ
ଅଗ୍ରାଧିକାର ଭିତ୍ତିରେ ଆଗକୁ ନେବା ରେ ସମସ୍ତ ପ୍ରକାର ସହଯୋଗ କରିବାକୁ ପ୍ରତିଶ୍ରୁତି ଦେଇଛନ୍ତି, ଅନ୍ୟ ମାନଙ୍କ ମଧ୍ୟରେ ବିଜୁ ଜନତା ଦଳର ରାଜ୍ୟ ଉପସଭାପତି ତଥା ରାଜଗାଙ୍ଗପୁର ର ପୂର୍ବତନ ବିଧାୟକ ଶ୍ରୀଯୁକ୍ତ ମଙ୍ଗଳା କିଷାନ ସୁନ୍ଦରଗଡ ଜିଲ୍ଲାରେ ପ୍ରତ୍ୟେକ ବ୍ଲକ ରେ ସ୍ପୋର୍ଟସ ହଷ୍ଟେଲ ନିର୍ମାଣ କରି ପିଲା ମାନଙ୍କୁ ପାଠ ପଢା ସହ ହକି ଖେଳ ତାଲିମ ପ୍ରଦାନ କରିବା ପାଇଁ ଶ୍ରୀ କିଷାନ ମନ୍ତ୍ରୀ ମୋହଦୟଙ୍କୁ ଅନୁରୋଧ କରିଥିଲେ, ଏହି କାର୍ଯ୍ୟକ୍ରମ ରେ ରାଉଲକେଲାର ର ବିଧାୟକ ଶ୍ରୀଯୁକ୍ତ ସାରଦା ନାୟକ, ରାଜଗାଙ୍ଗପୁର ବିଧାୟକ ଶ୍ରୀଯୁକ୍ତ ରାଜନ ଏକ୍କା, ଜିଲ୍ଳା ପରିଷଦ ଅଧ୍ୟକ୍ଷା କୁମାରୀ ଏମ୍ମା ଏକ୍କା, ସ୍ବତନ୍ତ୍ର ବିକାଶ ପରିଷଦ ଅଧକ୍ଷ ଶ୍ରୀ ବିନୟ ଟପ୍ପୋ, ଓଡିଶା ମୋ ପରିବାର ସଦସ୍ୟ ଶ୍ରୀମତୀ ସୁନିତା ବିଶ୍ୱାଳ , ବିଜୁ ଜନତା ଦଳର ରାଜ୍ୟ ସଂଯୋଜକ ଶ୍ରୀ କୁନୁ ବିହାରୀ ଦାସ ପ୍ରମୁଖ ଉପସ୍ଥିତ ଥିଲେ |













