
ଖୋର୍ଦ୍ଧା,[ସଞ୍ଜୀବ କୁମାର]:ଶହୀଦ ଦିବସ ହେଉଛି ଦେଶର ସାର୍ବଭୌମତ୍ବ ରକ୍ଷା କରି ପ୍ରାଣ ହରାଇଥିବା ଶହୀଦ ସୈନିକ ମାନଙ୍କୁ ଅଭିବାଦନ କରିବାର ଦିନ। ଶହୀଦ ଦିବସ ଅବସରରେ, ଆମର ସ୍ୱାଧୀନତା ସଂଗ୍ରାମୀ ମାନଙ୍କ ଦ୍ୱାରା ଦିଆଯାଇଥିବା ମହାନ ବଳିଦାନକୁ ପାଳନ କରିବା ପାଇଁ ଖୋର୍ଦ୍ଧା ରୋଡ଼ ମଣ୍ଡଳ ର କାର୍ଯ୍ୟାଳୟ ଏବଂ ବିଭିନ୍ନ ରେଳ ଷ୍ଟେସନରେ କାର୍ଯ୍ୟରତ ଅନେକ ରେଲୱେ ଅଧିକାରୀ ଏବଂ କର୍ମଚାରୀ ମାନେ ଆଜି ଦୁଇ ମିନିଟ୍ ନୀରବତା ପାଳନ କରିଥିଲେ |
ଏହି ଅବସରରେ ପୂର୍ବ ତଟ ରେଳବାଇ ମହିଳା କଲ୍ୟାଣ ସଂଗଠନ, ଖୋର୍ଦ୍ଧା ରୋଡ ର ସଦସ୍ୟମାନେ ଜଟଣୀ ର “ଦିବ୍ୟ ଜୀବନ ଆରୋଗ୍ୟ କେନ୍ଦ୍ର”ର 50 ରୋଗୀଙ୍କୁ ଖାଦ୍ୟ ପ୍ୟାକେଟ ଏବଂ ବେଡସିଟ୍ ବଣ୍ଟନ କରିଥିଲେ।
କୁଷ୍ଠରୋଗରେ ପୀଡିତ ରୋଗୀଙ୍କ ପାଇଁ “ଦିବ୍ୟ ଜୀବନ ଆରୋଗ୍ୟ କେନ୍ଦ୍ର”ହେଉଛି ଏକ ସେବା ସହିତ ଚିକିତ୍ସା କେନ୍ଦ୍ର। ରୋଗୀମାନଙ୍କ କଲ୍ୟାଣ ପାଇଁ ଆରୋଗ୍ୟ କେନ୍ଦ୍ର ସର୍ବଦା ପୂର୍ବ ତଟ ରେଳବାଇ ମହିଳା କଲ୍ୟାଣ ସ°ଗଠନ ରୁ ନୈତିକ ସମର୍ଥନ ପାଇଥାଏ |






