
ବିଷମକଟକ,{ପ୍ରସନ କୁମାର ପଣ୍ଡା}: ରାୟଗଡା ଜିଲ୍ଲାରେ ପୁଣି ଜନନୀ ଯନ୍ତ୍ରଣା ଏଭଳି ଘଟଣା ଘଟିଛି ରାୟଗଡା ଜିଲ୍ଲାର କାଶୀପୁର ବ୍ଲକ ଦଙ୍ଗାସିଲ ଗ୍ରାମପଞ୍ଚାୟତ ର ଦଣ୍ଡାଦୋରା ଗ୍ରାମ ରେ ଦଣ୍ଡାଦୋରା ଗ୍ରାମ ର କୈଳାସ ମାଝୀ ଙ୍କ ସ୍ତ୍ରୀ ଲଷ୍ମୀ ମାଝୀ 22ବର୍ଷିୟା ଗତ ଶୁକ୍ରବାର ଦିନ ଗର୍ଭ ଯନ୍ତ୍ରଣା ହେବାରୁ 108 ଆମ୍ବୁଲାନ୍ସ କୁ ଫୋନ କରିଥିଲେ କିନ୍ତୁ ଗାଁ କୁ ପକ୍କା ରାସ୍ତା ନ ଥିବାରୁ 3 କିଲୋମିଟର ପୂର୍ବରୁ ଅଟକି ଥିଲା ଆମ୍ବୁଲାନ୍ସ ତେଣୁ ଲଷ୍ମୀ ମାଝୀ ଙ୍କ. ଗର୍ଭ ଯନ୍ତ୍ରଣା ଅସହ୍ୟ ହେବା ରୁ ଆମ୍ବୁଲାନ୍ସ ଡ୍ରାଇଭର,
ଆଶା ଦିଦି ଏବଂ କୈଳାଶ ମାଝୀ ଙ୍କ ପରିବାର ଲୋକେ ଗର୍ଭବତୀ ମହିଳା ଙ୍କୁ ଖଟିଆ ରେ ବୋହି ଆମ୍ବୁଲାନ୍ସ ପାଖକୁ ନେବା ସମୟରେ ରାସ୍ତା ରେ ହିଁ ଏକ. କନ୍ୟା ସନ୍ତାନ କୁ ଜନ୍ମ ଦେଇଥିଲେ ପରେ ଆମ୍ବୁଲାନ୍ସ ଯୋଗେ ସ୍ଥାନୀୟ ହସ୍ପିଟାଲ କୁ ନେଇ ଉଭୟ ମା ଏବଂ କନ୍ୟା ର ସ୍ଵାସ୍ତ୍ୟ ପରୀକ୍ଷା କରାଯାଇ ଥିଲା ବର୍ତ୍ତମାନ କନ୍ୟା ସନ୍ତାନ ଏବଂ ମା ଦୁହେଁ ସୁସ୍ଥ ଥିବା ଜଣାପଡିଛି ଏଠାରେ ପ୍ରଶ୍ନ ଉଠୁଛି କି
ରାଜ୍ୟ ସରକାର ତଥା ନବୀନ ପଟନାୟକ ଙ୍କ ସରକାର ପ୍ରତି ଗାଁ କୁ ରାସ୍ତା କରୁଥିବା କହୁ ଥିବା ବେଳେ ରାୟଗଡା ଜିଲ୍ଲାର ଦୁର୍ଗମ କାଶୀପୁର ବ୍ଲକ ସବୁବେଳେ ଚର୍ଚ୍ଚା ରେ ରହି ଆସୁଥିବା ବେଳେ ଏଠି ଲୋକଙ୍କୁ କୌଣସି ସରକାରୀ ସୁବିଧା ମିଳୁ ନ ଥିବା ଏହି ଘଟଣା ରୁ ସ୍ପର୍ଶ ବାରି ହେଉଛି ଏହି ଭଳି ଜନନୀ ଯନ୍ତ୍ରଣା ଘଟଣା ପୂର୍ବରୁ ମଧ୍ୟ ଏହି ବ୍ଲକ ରେ ଘଟୁ ଥିବା ବେଳେ ରାଜନୈତିକ ଇଛା ଶକ୍ତି ର ଅଭାବ ଯୋଗୁ ଏବଂ ଜିଲ୍ଲାପ୍ରଶାସନ ର ବେପରୁଆ ମନୋଭାବ ଯୋଗୁଁ ଏଠି କୌଣସି ବିକାଶ ହେଉ ନ ଥିବା ବୁଦ୍ଧିଜୀବୀ ମାନେ ମତ ପ୍ରକାଶ କରିଛନ୍ତି ।



