Sunday, November 15, 2026
Home ଜିଲ୍ଲା ରାସ୍ତା କଡରେ ଓଲଟି ପଡିଲା ଘରେଇ ବସ

ରାସ୍ତା କଡରେ ଓଲଟି ପଡିଲା ଘରେଇ ବସ

48


ବିଷମକଟକ,{ପ୍ରସନ କୁମାର ପଣ୍ଡା}:ରଘୁନାଥ ନାମକ ଘରେଇ ବସ ଦୁର୍ଘଟଣା ଘଟିଛି । ବଡମ୍ବା ନରସିହପୁର ରୁ ଜୟପୁର ଯାଉଥିଲା ବେଳେ ରାୟଗଡ଼ା ଜିଲ୍ଲା ବିଷମକଟକ ଥାନା ମୁନିଗା ଗ୍ରାମ ନିକଟ ରେ ଆଜି ଭୋର ସକାଳୁ ଏହି ବସ ଭାରସାମ୍ୟ ହରାଇ ରାସ୍ତା କଡ଼ରେ ଓଲଟି ପଡିଛି । ଏହି ବସ ଦୁର୍ଘଟଣା ରେ ଜଣେ ମୃତ୍ୟୁ ୭ ଜଣ ଗୁରୁତ୍ବର ହୋଇଛନ୍ତି , । ମୃତ୍ୟୁ ବ୍ୟକ୍ତିଙ୍କ ପରିଚୟ ରମେଶ ଜେନା ତାଙ୍କ ଘର ନୟାଗଡ ବୋଲି ଜଣା ପଡ଼ିଛି ।

ଘଟଣା ସ୍ଥଳରେ ପୋଲିସ ଓ ଆମ୍ବୁଲେନ୍ସ ପହଞ୍ଚି ଗୁରୁତର ମାନଙ୍କୁ ଉଦ୍ଧାର କରି ରାୟଗଡା ମୂଖ୍ୟ ଚିକିତ୍ସାଳୟ କୁ ସ୍ଥାନାନ୍ତର କରାଯାଇଛି । ଘଟଣା ସ୍ଥଳରୁ ଡ୍ରାଇଭର ଫେରାର ହୋଇଥିବା ସୂଚନା ମିଳିଛି ।