
ବିଷମକଟକ,{ପ୍ରସନ କୁମାର ପଣ୍ଡା}: ଚଳିତ ବର୍ଷ ଭାରତ ସରକାର ଙ୍କ ଦ୍ୱାରା ଘୋଷିତ ପଦ୍ମ ପୁରସ୍କାର ମଧ୍ୟରୁ ଅବିଭକ୍ତ କୋରାପୁଟ ଜିଲ୍ଲାର ରାୟଗଡା ଜିଲ୍ଲାରୁ ଗାନ୍ଧୀ ବାଦୀ ତଥା ସାମାଜିକ କର୍ମୀ ଶାନ୍ତି ଦାସ ଙ୍କୁ ପଦ୍ମଶ୍ରୀ ସଂମ୍ମାନ ଦେବା ପାଇଁ ଘୋଷଣା କରିବା ପରେ ସମଗ୍ର ଜିଲ୍ଲାରେ ଆନନ୍ଦ ର ଲହରୀ ଖେଳି ଯାଇଛି ସୁଦୂର ବାଲେଶ୍ୱର ଜିଲ୍ଲାରେ ଜନ୍ମିତ ଗୁଣୁପୁର କୁ କର୍ମମୟ ଜୀବନ ଭାବେ ଗ୍ରହଣ କରିଥିବା ଗାନ୍ଧୀବାଦୀ, ସର୍ବୋଦୟ ଏବଂ ସାମାଜିକ କର୍ମୀ ଶାନ୍ତି ଦେବୀ ଙ୍କୁ ଆଜି ଶୁଭେଚ୍ଛା
ଜଣାଇବା ପାଇଁ ରାଜ୍ୟସଭା ସାଂସଦ ଏନ ଭାସ୍କର ରାଓ, ଆଦିବାସୀ ମନ୍ତ୍ରୀ ଜଗନ୍ନାଥ ସାରକା, ରାଜ୍ୟ ବିଜୁ ସ୍ୱାସ୍ଥ୍ୟ ଯୋଜନା ର ଉପଦେଷ୍ଟା ସୁଧୀର ଦାସ, ଗୁଣୁପୁର ବିଧାୟକ ରଘୁନାଥ ଗମାଙ୍ଗ, ବରିଷ୍ଟ ବିଜେଡି ନେତା ରାଜେନ୍ଦ୍ର ସାହୁ ପ୍ରମୁଖ ପଦ୍ମଶ୍ରୀ ଶାନ୍ତି ଦାସଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ଗୁଣୁପୁର ର ବରିଷ୍ଠ ବିଜେଡି ନେତା ତଥା ସମାଜ ସେବୀ ଶ୍ରୀ ଗଗନ ଆଚାର୍ଯ୍ୟ ମଧ୍ୟ ଅପା ଙ୍କୁ ଅନେକ ଶୁଭେଚ୍ଛା ଜଣାଇଛନ୍ତି।
ପୂର୍ବରୁ ଏହି ଜିଲ୍ଲାରୁ ଅନ୍ତର୍ଜାତୀୟ ସ୍ତରରେ ଓଡିଶା ତଥା ଭାରତ ର ଗୌରବ ବୃଦ୍ଧି କରିଥିବା ଓଡିଶୀ ନୁର୍ତ୍ୟଙ୍ଗନା ପଦ୍ମଶ୍ରୀ ସଂଯୁକ୍ତା ପାଣିଗ୍ରାହୀ ଏବଂ ଓଡିଶୀ ସଂଗୀତଜ୍ଞ ପଦ୍ମଶ୍ରୀ ପଣ୍ଡିତ ସୁରମଣୀ ରଘୁନାଥ ପାଣିଗ୍ରାହୀ ଙ୍କୁ ପଦ୍ମଶ୍ରୀ ଉପାଧି ରେ ଭାରତ ସରକାର ଭୂଷିତ କରିଥିବା ବେଳେ ଶାନ୍ତି ଦାସ ହେଉଛନ୍ତି ତୃତୀୟ ବ୍ୟକ୍ତି ପଦ୍ମଶ୍ରୀ ଶାନ୍ତି ଦାସ ଙ୍କୁ ଓଡିଶା ର ପୂର୍ବତନ ମୁଖ୍ୟମନ୍ତ୍ରୀ ଡକ୍ତର ଗିରିଧର ଗମାଙ୍ଗ ଙ୍କ ସହ ଗାନ୍ଧୀ ଯାନ୍ତ୍ରିକ ବିଶ୍ୱବିଦ୍ୟାଳୟ ର ଡକ୍ତର ଚନ୍ଦ୍ରଧ୍ଵଜ ପଣ୍ଡା ଗୁଣୁପୁର ଉପଜିଲ୍ଲାପାଳ ଜେ ସୋନାଲ ମଧ୍ୟ ଶୁଭେଚ୍ଛା ଜଣାଇଛନ୍ତି ।


