Thursday, October 15, 2026
Home ଅପରାଧ ବାଇକ ଲୁଟ ୨ ଅପରାଧୀ ଗିରଫ,୧୦ ବାଇକ ଜବତ

ବାଇକ ଲୁଟ ୨ ଅପରାଧୀ ଗିରଫ,୧୦ ବାଇକ ଜବତ

121


ଜଟଣୀ,୩୦/୦୧/୨୦୨୧(ଖୋର୍ଦ୍ଧା ଜିଲ୍ଲା-ସଞ୍ଜୀବ କୁମାର):ଜଟଣୀ,ଡେଲାଙ୍ଗ,ଖୋର୍ଦ୍ଧା,ଭୂବନେଶ୍ୱର ପ୍ରଭୃତି ଅଂଚଳରୁ ବାଇକ ଲୁଟ କରୁଥିବା ଘଟଣାରେ ପୁଲିସ ୨ଜଣ ଅପରାଧୀଙ୍କୁ ଗିରଫ କରି ଆଜି କୋର୍ଟ ଚାଲାଣ କରିଛି । ସୁଚନାନୁସାରେ, ଜଟଣୀଥାନା ଅନ୍ତର୍ଗତ ତିରୁମଲ ଅଂଚଳର ରଘୁନାଥ ସେଠୀ ଓ ପଦନପୁର ଅଂଚଳର ରାଜେନ୍ଦ୍ର ମହାପାତ୍ର ବିଗତ ଦିନରେ ବିଭିନ୍ନ ଅଂଚଳରେ ବାଇକଗୁଡିକୁ ଚୋରିକରି ନେଇଥିବା ପୁଲିସ ପକ୍ଷରୁ ସୁଚନା ମିଳିଛି । ତେଣୁ ପୁଲିସ ଏମାନଙ୍କ ଉପରେ ନଜର ରଖିଥିବା ବେଳେ ଚଳିତମାସ ୧୯ ତାରିଖରେ ଏକ ଅଭିଯୋଗ ହୋଇଥିଲା ।

ଅଭିଯୋଗକୁ ଭିତିକରି ପୁଲିସ ତଦନ୍ତପରେ ଜଟଣୀର ଏକ ସ୍ଥାନରୁ ଅଭିଯୁକ୍ତଙ୍କୁ ଗିରଫକରି ଏମାନଙ୍କଠାରୁ ୧୦ଟି ବାଇକ ଜବତ କରିଛି । ଜଟଣୀ,ଖୋର୍ଦ୍ଧା,ପୁରୀ,ଡେଲାଙ୍ଗ ଓ ଭୂବନେଶ୍ୱର ପ୍ରଭୃତି ଅଂଚଳରୁ ବାଇକଗୁଡିକୁ ସିନ୍ଧିଚାବି ମାଧ୍ୟମରେ ଲୁଟିନେଇ ଗ୍ୟାରେଜ ଓ କେତେକ ବ୍ୟକ୍ତିଙ୍କୁ ସ୍ୱଳ୍ପଦରରେ ବିକ୍ରୀ କରିଥାନ୍ତି । ତେଣୁ ଏନେଇ ଏହି ସମସ୍ତ ଅଂଚଳରେଥିବା ଥାନାରେ ଅଭିଯୋଗ ରହିଥିଲେ ମଧ୍ୟ ଗାଡିଚୋରୀପ୍ରତି ପୁଲିସ ସେତେଟା ଗୁରୁତ୍ୱ ଦେଇନଥାଏ । ତେବେ ଏହି ଗାଡିଗୁଡିକ ଧରାଯିବାପରେ ଜଟଣୀଥାନାରେ ରହିଛି ।

ଗାଡିମାଲିକମାନେ ସେମାନଙ୍କ ଆବଶ୍ୟକ ସମସ୍ତ ଡକ୍ୟୁମେଂଟ ଦେଖାଇ ନେଇପାରିବେ ବୋଲି ଥାନାପକ୍ଷରୁ କୁହାଯାଇଛି । ତେବେ ଆଜି ଏନେଇ ଜଟଣୀଥାନା କେଶନଂ ୪୪/୨୧ରେ ମାମଲା ରୁଜୁକରି ଆଜି କୋର୍ଟ ଚାଲାଣ କରାଯାଇଛି । ସେହିପରି ବାଛରା ଅଂଚଳର ଶିବପ୍ରସାଦ ଦାସଙ୍କ ଘରୁ ମୋଟର ଚୋରିକରିଥିବା ଘଟଣାରେ ପଦନପୁର ଅଂଚଳର ସଂଜୟ ନାୟକ,ନାଲୁ ନାୟକ,ବାଦଲ ନାୟକ ପ୍ରଭୃତିଙ୍କୁ ଗିରଫ କରି ଆଜି ଜଟଣୀଥାନା କେଶନଂ ୬୫/୨୧ରେ ମାମଲାରୁଜୁ କରି କୋର୍ଟ ଚାଲାଣ କରିଛି । ଅଭିଯୁକ୍ତମାନଙ୍କଠାରୁ ମୋଟର ଜବତ କରାଯାଇଛି ।