
ଜଗନ୍ନାଥ ପ୍ରସାଦ,29/01[ନିରାକାର ସାହୁ]: ଗଂଜାମ ଜ଼ିଲ୍ଲା ଜଗନ୍ନାଥ ପ୍ରସାଦ ବ୍ଲକ ଗୟାଗଣ୍ଡା ପଞ୍ଚାୟତ ବାଘୁଆ ଗାଁ ହରିଜନ ସାହିରେ । କାହ୍ନ। ର ଦେହ ସାରା ଲୋମ ର ଖବର ଆମ ମିଡ଼ିଆ ରେ ପ୍ରକାଶନ ପରେ ରାଜ୍ୟ ସରକାର ତାର ସମସ୍ତ ଚିକିତ୍ସା ବ୍ରହ୍ମପୁର ମହାରାଜା କୃଷ୍ଣ ଚନ୍ଦ୍ର ଗଜପତି ମେଡିକାଲ କରିଥିଲେ। ଦେହରୁ କିଛି ସ୍ଥାନ ରୁ ଅପରେସନ କରି ଲୋମ ହଟା ଯାଇଥିଲା।ବର୍ତ୍ତମାନ ଦେହ ସାରା ଘା ହୋଇ ପୋକ ବାହାରିବା ପରେ ସାହିଲୋକ ବାସନ୍ଦ କରିଥିଲେ ।
ରୋଗ ଯନ୍ତ୍ରଣା ଓ ମାନସିକ ଚାପର ଶିକାର ହୋଇ ଏକୋଇସି ଦିନ ଏକ ଘରେ ରହିବା କେତେଯେ କଷ୍ଟଦାୟକ ଯିଏ ଅଙ୍ଗେ ଲିଭେଇଛି ସିଏ ହିଁ ଜାଣିଛି । ଆଉ ସେହି ବାସନ୍ଦ ବୋଝକୁ ହାଲୁକା କରିବା ପାଇଁ ଛାତିରେ ପଥର ରଖି ବଞ୍ଚି ଥାଉ ଥାଉ କାହ୍ନର ଶୁଦ୍ଧିକ୍ରିୟା କରିଛନ୍ତି କାହ୍ନାର ପରିବାର ଲୋକେ । ଜୀବନ୍ତ ପୁଅର ସୁଧି ହୋଇ ଗାଁ ଲୋକଙ୍କୁ ଭୋଜି ଦେଇଛନ୍ତି କାହ୍ନାର ବାପା ରାମଚନ୍ଦ୍ର ।
କାହ୍ନାର ଶୁଦ୍ଧିକ୍ରିୟା ପରେ ଭୋଜି ଖାଇଛନ୍ତି ଗ୍ରାମବାସୀ । ଆଧୁନିକ ସମାଜର ଦ୍ୱାହି ଦେଉଥିବା ମଣିଷ ଆଜିବି ଅନ୍ଧ ବିଶ୍ୱାସର ଅନ୍ଧାର ଗଳିରେ ବୁଲୁଛି । ମଣିଷ ଦେହରେ ଘା ହୋଇ ସେଥିରୁ ପୋକ ବାହାରିଲେ ତାକୁ ଜୀବନ୍ତ ସୁଧି କରାଯାଉଛି। କାହ୍ନାର ପୁଣି ଉତ୍ତମ ଚିକିତ୍ସା କରା ଯାଇ, ତାକୁ ବଂଚିବା ପାଇଁ ସରକାରୀ ସହାୟତା କରାଗଲେ ସେ ସମାଜ ର ମୁଖ୍ୟ ସ୍ରୋତ ରେ ଜୀବନ ବିତେଇ ପାରିବ ବୋଲି ସାଧାରଣରେ ବୁଦ୍ଧିଯିବି ମହଲ ରୁ ପ୍ରକାଶ।


