
ବ୍ରହ୍ମପୁର,(କୁନା ମିଶ୍ର): ଗଞ୍ଜାମ ଜିଲ୍ଲା ଗୋଳନ୍ଥରା ଥାନା ଅନ୍ତର୍ଗତ ସୋରଳରେ ଘଟିଛି ଏକ ଅଭାବନୀୟ ଘଟଣା ।। ୮ ବର୍ଷର ନାବାଳିକାକୁ ଦୁଇ ଜଣ ଯୁବକ ନାବାଳିକାର ବେକକୁ ଛୁରାରେ କଟାଯାଇ ହତ୍ୟାଉଦ୍ୟମ କରାଯାଇଥିବା ଜଣାପଡିଛି । ସୋରଳ ଓଡ଼ିଆ କଲୋନୀରେ ଏଭଳି ଘଟଣା ଚାଞ୍ଚଲ୍ୟ ସୃଷ୍ଟି କରିଛି । ନାବାଳିକାକୁ ବ୍ରହ୍ମପୁର ଏମ୍କେସିଜି ମେଡିକାଲକୁ ନେବା ପରେ ସେଠାରୁ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଛି ।
ନାବାଳିକାଟି ମୃତ୍ୟୁ ସହ ସଂଗ୍ରାମ କରୁଥିବାବେଳେ ଆକ୍ରମଣ କାରୀ ମାନଙ୍କ ମଧ୍ୟରୁ ଜଣଙ୍କୁ ଗୋଳନ୍ଥରା ପୋଲିସ ନେଇ ଅଟକ ରଖିଥିବା ବେଳେ ଆଉ ଜଣେ ଫେରାର ହୋଇଥିଲା । ଫେରାର ଅନ୍ୟ ଜଣକୁ ମଧ୍ୟ ଗ୍ରାମବାସୀ ମାନେ ଧରି ନିସ୍ତୁକ ମାଡଦେଇ ଖମ୍ଭରେ ବାନ୍ଦି ଦେଇ ପରେ ପୋଲିସକୁ ଦେଇଥିଲେ ଆକ୍ରମଣକାରୀ ଯୁବକକୁ ନିସ୍ତୁକ ମାଡ଼ ମାରିବା ପରେ ପୋଲିସ ଜିମା ଦେଇଛନ୍ତି ସ୍ଥାନୀୟ ଲୋକେ ।
ସୋରଳ ଓଡ଼ିଆ କଲୋନୀରେ ଅଭିଯୁକ୍ତ ଯୁବକ ଓ ମୃତ ନାବାଳିକାର ପରିବାର ମଧ୍ୟ ସେହି କଲୋନିରେ ରୁହନ୍ତି । ପ୍ରଥମ ଅଭିଯୁକ୍ତ ଋତୁ ବେହେରା ଦ୍ୱିତୀୟ ବ୍ୟକ୍ତି ହେମନ୍ତ ବେହେରା ଧରାପୋଡିଲେ ପୋଲିସ ହାତରେ ଗ୍ରାମବାସୀ ଲୋକ ଜିମା ଦେଇଥିବା ଜଣାପଡିଛି ।



