Sunday, November 15, 2026
Home ଜିଲ୍ଲା ପିଲାଚୋର ସନ୍ଦେହରେ ଜୁବକକୁ ମାଡ

ପିଲାଚୋର ସନ୍ଦେହରେ ଜୁବକକୁ ମାଡ

46

ବିଷମ କଟକ,{ପ୍ରସନ କୁମାର ପଣ୍ଡା}: ପିଲା ଚୋର ସନ୍ଧେହ ରେ ଜଣ ଯୁବକକୁ ନିସ୍ତୁକ ମାଡ଼ମାରିଲେ ଗ୍ରାମବାସୀ । ଅଟକ ଯୁବକକୁ ଉଦ୍ଧାର କଲା ପୋଲିସ । ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ରାୟଗଡା ଜିଲ୍ଲା ବିଷମ କଟକ ଥାନା କୁମ୍ଭାର ଢାମୁଣି ପଞ୍ଚାୟତ ଆଦିବାସୀ ଗ୍ରାମ ମିନାହଲା ରେ , ଆଜି ବିଳମ୍ବିତ ସନ୍ଧ୍ୟା ସମୟରେ ଏହି ଗ୍ରାମରେ କୌଣସି ଏକ ପର୍ବ ଚାଲିଥିବା ବେଳେ 3 ଜଣ ଯୁବକ ଏକ ପଲସର ବାଇକ୍ ରେ ଆସି ଏହି ଆଦିବାସୀ ଗ୍ରାମରେ ସନ୍ଧେହ ଜଣକ ଭାବେ ବୁଲା ବୁଲି କରୁଥିଲେ ।

ଗ୍ରାମ ବାସୀ ଏହା ଦେଖି ପିଲା ଚୁର ସନ୍ଧେହ କରି ଜଣକୁ ପଚରା ଉଚରା କରିବାରୁ ଅନ୍ୟ ଦୁଇଜଣ ଘଟଣା ସ୍ଥଳରୁ ଚମ୍ପଟ ମାରିଥିଲେ । ତେବେ ଅଟକ ଯୁବକ ଗ୍ରାମ ବାସୀଙ୍କୁ ସନ୍ତୋଷ ଜନକ ଉତ୍ତର ଦେଇପାରି ନଥିବାରୁ ତାଙ୍କୁ ମାଡ଼ ମାରିଥିଲେ ସେ ପ୍ରାଣ ବିକଳରେ ଗ୍ରାମରେ ଥିବା ଏକ ଡ୍ରେନ ଭିତରକୁ ପଶି ଲୁଛି ଯାଇଥିଲେ ।ଗ୍ରାମ ବାସୀ ମାନେ ଯୁବକ କୁ ଚାରିପାଖ ଘେରାଉ କରି ପୋଲିସ କୁ ଖବର ଦେଇଥିଲେ ।

ବିଷମ କଟକ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଯୁବକ କୁ ଉଧାର କରି ସ୍ତାନୀୟ ଗୋଷ୍ଟିସ୍ୱାସ୍ଥ କେନ୍ଦ୍ରରେ ପ୍ରାଥମିକ ଚିକିତ୍ସା କରାଇ ଥାନାରେ ଅଟକ ରଖିଛି । ଯୁବକ ଜଣକ ହେଉଛନ୍ତି ମୋନଜ ୟାଦବ ତାଙ୍କ ଘର ବିହାର ଜିଲ୍ଳା ର ଆକବର ପୁର ଥାନା ବୋଲି ପୋଲିସ କହିଛି । ଯୁବକଙ୍କ ପାଖରେ ଗୋଟାଏ ମୋବାଲ ଜବତ କରି ପୋଲିସ ଅଧିକ ତଦନ୍ତ ଜାରି ରଖିଥିବା ସୂଚନା ମିଳିଛି ।