
ବାଲିଗୁଡା,[ସୁକାନ୍ତ କୁମାର ତ୍ରିପାଠୀ]: ଗ୍ରାମାଞ୍ଚଳରେ ଯୁବ ସୁଲଭ ବିକାଶକୁ ପାଥେୟ କରି ଦାରିଂଙ୍ଗବାଡି ବ୍ଲକ ଅନ୍ତର୍ଗତ ସିଆଙ୍ଗବାଲି ଗ୍ରାମ ପଞ୍ଚାୟତର ତରବାଡ଼ି ଗ୍ରାମରେ ଅନ୍ତରଙ୍ଗ ଯୁବକ ସଙ୍ଘ ତରଫରୁ ଗତ ତା ୧୩।୦୧।୨୦୨୧ ରିଖ ଠାରୁ ଦୀର୍ଘ ୧୩ ଦିନ ଧରି ଅତି ଶୃଙ୍ଖଳାର ସହିତ ଗ୍ରାମାଞ୍ଚଳ ଭଳିବଲ ଟୁର୍ଣ୍ଣାମେଂଟ ଅନୁଷ୍ଠିତ ହେବାସହ ଆଜି ତା ୨୬।୦୧।୨୦୨୧ ଦିନ ସାଧାରଣ ତନ୍ତ୍ର ଦିବସ ଉପଲକ୍ଷେ ଉଦଯାପିତ ହୋଇଅଛି । ଏହି ଟୁର୍ଣ୍ଣାମେଣ୍ଟରେ ଦାରିଂଙ୍ଗବାଡି ବ୍ଲକ ଅଞ୍ଚଳରେ ସର୍ବ ମୋଟ ୨୮ ଟି ଦଳ ଅଂଶ ଗ୍ରହଣ କରିଥିଲେ ଏବଂ ଫାଇନାଲ ମ୍ୟାଚରେ ସ୍ରାନିକେତା ଗ୍ରାମ ପଂଚାୟତରୁ ସୁଗାନକେତା ଦଳ ଓ ସିଆଙ୍ଗବାଲି ଗ୍ରାମ ପଞ୍ଚାୟତରୁ ତରବାଡ଼ି ନିଜେ ଆୟୋଜକ ଦଳ ଅନ୍ତିମ ପର୍ଯ୍ୟାୟ ମ୍ୟାଚ ଖେଳିବାକୁ ଯୋଗ୍ୟ ବିବେଚିତ ହୋଇଥିଲେ ।
ମ୍ୟାଚର ଫଳ ସ୍ୱରୂପ ସୁଗାନକେତା ଦଳ ନିଜର ଚମତ୍କାର ଖେଳ ପ୍ରଦର୍ଶନ କରିବା ସହ ତରବାଡ଼ି ଦଳକୁ ପ୍ରାୟ ୧୦ ପୋଏଣ୍ଟ ବ୍ୟବଧାନରେ ବାଜିମାରି ବିଜୟ ଲାଭ କରି ବିଜେତା କପ ହାସଲ କରିବାରେ ଗୌରବାନିତ୍ୱ ମଣ୍ଡନ କରିଥିଲେ ଟୁର୍ଣ୍ଣାମେଣ୍ଟକୁ ଆନୁଷ୍ଠାନିକ ଭାବେ ମୁଖ୍ୟ ଅତିଥି ସିଅଙ୍ଗବାଲି ଗ୍ରାମପଞ୍ଚାୟତର ସରପଞ୍ଚ ମହୋଦୟା ଶ୍ରୀମତୀ ଅନିମା ପ୍ରଧାନ,ଦାରିଂଙ୍ଗବାଡି ବ୍ଲକ ବିଜେଡି ସଭାପତି ଶ୍ରୀଯୁକ୍ତ ରୂପକ କୁମାର ସାହୁ, MLA ଙ୍କର ପ୍ରତିନିଧି ଭାବେ ଶ୍ରୀଯୁକ୍ତ ଜ୍ୟୋତିରାଜ ପ୍ରଧାନ ସମେତ ଅନ୍ୟାନ୍ୟ ଅତିଥି ବୃନ୍ଦଙ୍କ ଉପସ୍ଥିତିରେ ଖେଳ ଶୁଭାରମ୍ଭ କରାଯାଇଥିଲା ।
ଉଭୟ ଦଳର ଖେଳାଳି ଦର୍ଶକ ବନ୍ଧୁ ମାନଙ୍କୁ ନିଜର ଅନ୍ତର୍ନିହିତ ଗୁଣବଳୀକୁ ପ୍ରତିଫଳିତ କରି ଉତ୍ତମ ଖେଳ ପ୍ରଦର୍ଶନ ମାଧ୍ୟମରେ ମନଭରି ଉପଭଗ କରାଇଥିଲେ ।ସର୍ବଶେଷରେ ଅନ୍ତରଙ୍ଗ ଯୁବକ ସଂଘର ସଭାପତି ମହୋଦୟ ଶ୍ରୀଯୁକ୍ତ ସିବେନ୍ଦ୍ର ପ୍ରଧାନ ପୁରସ୍କାର ବିତରଣ ଉତ୍ସବକୁ ସମ୍ବର୍ଦ୍ଧିତ କରି ମୁଖ୍ୟ ଅତିଥିଙ୍କୁ ଖେଳାଳିମାନଙ୍କ ଉଦେଶ୍ୟ ରେ ଏକ ଅଭିଭାଷଣ ରଖିବା ପାଇଁ ଅନୁରୋଧ କରିଥିଲେ ଏବଂ ଶ୍ରୀମତୀ ମହୋଦୟା ନିଜର ବକ୍ତବ୍ୟକୁ ଅତି ସଂକ୍ଷେପରେ ଖେଳାଳିଙ୍କୁ ଉତ୍ସାହିତ କରି କହିଥିଲେ |






