Sunday, October 11, 2026
Home ଜିଲ୍ଲା କନ୍ଧମାଳ ବରିଗୁଡ଼ା ନିକଟରେ ଅଟୋ-ବାଇକ୍‍ ମଧ୍ୟରେ ଧକ୍କା: ଜଣେ ମୃତ, ୨ ଗୁରୁତର

ବରିଗୁଡ଼ା ନିକଟରେ ଅଟୋ-ବାଇକ୍‍ ମଧ୍ୟରେ ଧକ୍କା: ଜଣେ ମୃତ, ୨ ଗୁରୁତର

77

ବାଲିଗୁଡା,{ସୁକାନ୍ତ କୁମାର ତ୍ରିପାଠୀ}:କନ୍ଧମାଳ ଜିଲା ବାଲିଗୁଡା ଉପଖଣ୍ଡ କ. ନୂଆଗାଁ ବ୍ଲକ ସାରଙ୍ଗଡ଼ ଥାନା ଅନ୍ତର୍ଗତ ବରିଗୁଡ଼ା ନିକଟରେ ଏକ ଅଟୋ ଓ ବାଇକ୍‍ ମଧ୍ୟରେ ମୁହାଁମୁହିଁ ଧକ୍କା ହେବା ଫଳରେ ବାଇକ୍‍ ଚାଳକଙ୍କ ମୃତ୍ୟୁ ହେବା ସହିତ ଅନ୍ୟ ଦୁଇ ଜଣ ଗୁରୁୂତର ହୋଇଛନ୍ତି। ଦୁଇ ଜଣ ବାଇକ୍‍ ଚାଳକ ପାବୁରିଆଠାରୁ ସାରଙ୍ଗଡ଼ ଯାଉଥିବା ବେଳେ ବରିଗୁଡ଼ାଠାରେ ଏକ ଅଟୋ ସହିତ ଧକ୍କା ହୋଇଥିଲା।

ଫଳରେ ବାଇକ୍‍ ଚାଳକଙ୍କ ସହିତ ଅନ୍ୟଜଣେ ଓ ଅଟୋରେ ଜଣେ ଗୁରୁତର ହୋଇପଡ଼ିଥିଲେ। ଖବର ପାଇ କିଛି ସମାଜସେବୀ ଓ ପୁଲିସ୍‍ ଘଟଣା ସ୍ଥଳରେ ପହଞ୍ଚି ସେମାନଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ଗୁରୁତରମାନଙ୍କୁ ପ୍ରଥମେ ଫୁଲବାଣୀ ମୁଖ୍ୟ ଚିକିତ୍ସାଳୟକୁ ପଠାଇଥିବା ବେଳେ ସେଠାରେ ଜଣକୁ ମୃତ ଘୋଷଣା କରାଯାଇଥିଲା।

ଓ ପରେ ଅଧିକ ଚିକିତ୍ସା ପାଇଁ କଟକ ସ୍ଥାନାନ୍ତରିତ କରାଯାଇଥିବା ପ୍ରକାଶ। ମୃତକଙ୍କ ନାମ ଚାରୁଦତ ବେହେରା (୫୪)। ଏନେଇ ସାରଙ୍ଗଡ଼ ଥାନାରେ କେସ ନଂ 9/21ରେ ଏକ ମାମଲା ରୁଜୁକରି ବାଇକ୍‍ ଓ ଅଟୋକୁ ଜବତ କରାଯାଇ ଅଧିକ ତଦନ୍ତ ଚାଲିଥିବା ବେଳେ ଆହତମାନଙ୍କର ନାମ ଜଣାପଡ଼ିନାହିଁ ବୋଲି ଥାନା ଅଧିକାରୀ ଅନିତା କିଡୋ ପ୍ରକାଶ କରିଛନ୍ତି।