
ଜଟଣୀ,୨୮/୦୧/୨୦୨୧:[ଖୋର୍ଦ୍ଧା ଜିଲ୍ଲା-ସଞ୍ଜୀବ କୁମାର]:ଜଟଣୀ ପ୍ରେସକ୍ଲବ ପକ୍ଷରୁ ବିଭିନ୍ନ କ୍ଷେତ୍ରରେ ଉଲେଖନୀୟ କାର୍ଯ୍ୟକରିଥିବା ବ୍ୟକ୍ତି ବିଶେଷଙ୍କୁ ସମ୍ବର୍ଦ୍ଧନା କରାଯାଇଛି । ବରିଷ୍ଠ ନାଗରୀକ,ଲେଖକ,କବି ଓ ସାମ୍ବାଦିକ ପ୍ରଭୃତିଙ୍କୁ ପ୍ରେସକ୍ଲବର ଆମ ବରିଷ୍ଠନାଗରୀକ ସମ୍ମାନ,ଆମ ଲେଖକ ସମ୍ମାନ,ଆମ କବି ସମ୍ମାନ ଓ ଆମ ସାମ୍ବାଦିକ ସମ୍ମାନରେ ସମ୍ବର୍ଦ୍ଧିତ କରାଯାଇଛି । ପ୍ରେସକ୍ଲବର ଉପଦେଷ୍ଟା ହେମନ୍ତ କୁମାର ସୁନ୍ଦରାୟଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନରେ ଏହି ସମ୍ବର୍ଦ୍ଧିତ ସଭାର ଆୟୋଜନ ହୋଇଥିଲା ।
ସଂଘର ସଭାପତି ବିରଚିଂ ନାରାୟଣ ମହାନ୍ତୀଙ୍କ ସଭାପତିତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମ ଅବସରରେ ପ୍ରଥମେ ୭୨ତମ ସାଧାରଣତନ୍ତ୍ର ଦିବସ ଅବସରରେ ଜାତୀୟ ପତାକା ଉତୋଳନ କରାଯାଇଥିଲା ।ଏହି ସମ୍ବର୍ଦ୍ଧିତ ସଭାରେ ବିଧାୟକ ସୁରେଶ କୁମାର ରାଉତରାୟଙ୍କୁ ସମ୍ବଦ୍ଧିତ କରାଯାଇଥିବା ବେଳେ ବିଡିଓ ସରୋଜ କୁମାର ରାଉତ,ପୈାରପରିଷଦ କାର୍ଯ୍ୟନିର୍ବାହୀ ଅଧିକାରୀ ଦିଲିପ କୁମାର ମହାନ୍ତୀ, ପୁର୍ବତନ ନଗରପାଳ ସଂଗ୍ରାମ କେଶରୀ ରାଉତରାୟ,ନାଗରୀକ କମିଟିର ସଭାପତି କ୍ୟାପ୍ଟେନ ମନ୍ମଥ ରାଉତରାୟ,ଜଟଣୀ ବରିଷ୍ଠ ନାଗରୀକ କମିଟିର ସଭାପତି ବିପିନ କୁମାର ମହାନ୍ତୀ ଓ ସମ୍ପାଦକ ଜବାହାରଲାଲ ସୁବୁଦ୍ଧୀ ପ୍ରଭୃତିଙ୍କୁ ମୁକୁଟ,ଉତରୀୟ,ଟ୍ରଫି ଏବଂ ଫୁଲତୋଡା ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା ।
ଏଥି ସହିତ ସାମ୍ବାଦିକ ହୃଦାନନ୍ଦ କୋଦମାସିଂହ,ଦେବ ପ୍ରସାଦ ଦାଶ,ବିର କିଶୋର ବାରିକ ଓ ମହମ୍ମଦ ଇସମାଇଲ ଅଲୀଙ୍କୁ ପଭୃତିଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । କାର୍ଯ୍ୟକ୍ରମରେ ସଭାପତି ବିରଚିଂ ନାରାୟଣ ମହାନ୍ତୀ ପ୍ରାରମ୍ଭିକ ସୁଚନା ପ୍ରଦାନ କରିଥିବା ବେଳେ ମୂଖ୍ୟ ବକ୍ତାଭାବେ ସଂଘର ଉପଦେଷ୍ଟା ହେନ୍ତ କୁମାର ସୁନ୍ଦରାୟ ସୈାମ୍ୟକ ସୂଚନା ପ୍ରଦାନ କରିଥିଲେ ।
ଏହି କାର୍ଯ୍ୟକ୍ରମରେ ସାମ୍ବାଦିକ ରଙ୍ଗନାଥ ବେହେରା,ବିଶ୍ୱଜିତ ସାମନ୍ତରାୟ , ସଂଜିବ କୁମାର,ପ୍ରଶାନ୍ତ କୁମାର ସାହୁ, ପ୍ରଦୀପ କୁମାର ମାର୍ଥା, ସୁଭେନ୍ଦ୍ର ଶତପଥୀ,ସୁବ୍ରତ କୁମାର ନାଏକ,ଯଯ।।ତି କେଶରୀ ପ୍ରଧାନ,ହରିହର ସ୍ୱାଇଁ,ଦୁଲାଲ ସର୍ବଜ୍ଞ,ମମତା ବେହେରା,ଚପଳା ସିହ୍ନା ପ୍ରମୁଖ ଉପସ୍ଥିତ ରହିଥିବା ବେଳେ କାର୍ଯ୍ୟକ୍ରମକୁ ବିଶ୍ୱନାଥ ପଟ୍ଟନାୟକ ଅତିଥୀ ପରିଚୟ ପ୍ରଦାନ କରିଥିଲେ ।










