Sunday, November 15, 2026
Home ଜିଲ୍ଲା ଖୋର୍ଦ୍ଧା ଜରି ଗୋଟାଳିଙ୍କୁ ସ୍ୱତନ୍ତ୍ର ପରିଚୟ

ଜରି ଗୋଟାଳିଙ୍କୁ ସ୍ୱତନ୍ତ୍ର ପରିଚୟ

42

ଜଟଣୀ,୨୮/୦୧/୨୦୨୧[ଖୋର୍ଦ୍ଧା ଜିଲ୍ଲା ସଞ୍ଜୀବ କୁମାର]:ଗୁରୁବାର ଅପରାହ୍ନରେ ଜଟଣୀ ପୈାରପରିଷଦ କନଫ୍ରେନ୍ସ ହଲଠାରେ ସହରାଚଂଳରେ ଜରି,ପ୍ଲାଷ୍ଟିକ ବୋତଲ,ଟିଣ,କାଚ ପ୍ରଭୃତି ସଂଗ୍ରହ କରି ବିକ୍ରୀ କରିପରିବାର ଚଳାଉଥିବା ଅସହାୟ ବ୍ୟକ୍ତିମାନଙ୍କୁ ନେଇ ଏକ ଓରିଏଟେଂସନ ଟ୍ରେନିଂ କାର୍ଯ୍ୟକ୍ରମ ସାନିଟେସନ ଏକ୍ସପର୍ଟ ଗିତିକା ସୁବୁଦ୍ଧୀଙ୍କ ତତ୍ୱାବଧାନରେ ଆୟୋଜିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଅତିଥୀଭାବେ ପୈାରପରିଷଦ କାର୍ଯ୍ୟନିର୍ବାହୀ ଅଧିକାରୀ ଦିଲିପ କୁମାର ମହାନ୍ତୀ ।

ଏହି ଅବସରରେ ଆଜି ଜଟଣୀ ପୈାରାଚଂଳ ଅଧିନସ୍ଥ ୨୩ଟି ୱାର୍ଡରେ ରହିଥିବା ୪୭ଜଣ ଜରିଗୋଟାଳିଙ୍କୁ ସ୍ୱଛ ସାଥୀମାଧ୍ୟମରେ ଚିହ୍ନଟକରି ସେମାନଙ୍କୁ ପରିଚୟପତ୍ର,ଗଜିଂ,ଜ୍ୟାକେଟ,ଗ୍ଲୋବସ,ସାନିଟାଇଜର ଇତ୍ୟାଦି ପ୍ରଦାନ କରାଯାଇଛି । ଆଗାମୀ ଦିନରେ ଆହୁରୀ ଜରି ଗୋଟାଳିଙ୍କୁ ଚିହ୍ନଟ କରି ସେମାନଙ୍କୁ ଏହି ବ୍ୟବସ୍ଥାରେ ସାମିଲ କରାଯିବ ।

ଅନ୍ୟପକ୍ଷରେ ଏହି ଜରିଗୋଟାଳିମାନେ ଜରି ସଂଗ୍ରହ କରିବାପରେ ଜଟଣୀ ପୈାରପରିଷଦ ପକ୍ଷରୁ ଅବସ୍ଥାପିତ ଏମସିସି ଏମଆରଏଫ ସେଂଟରରେ ଭେଣ୍ଡର ମାଧ୍ୟମରେ ଦେଇ ଅର୍ଥ ଉପାର୍ଜନ କରିପାରିବେ ବୋଲି ନିର୍ବାହୀ ଅଧିକାରୀ ଦିଲିପ କୁମାର ମହାନ୍ତୀ କହିଛନ୍ତି ।

ଆଜିର ଏହି କାର୍ଯ୍ୟକ୍ରମରେ ପୈାରଯନ୍ତ୍ରୀ ଅନୁରାଧା ପ୍ରଧାନ,ସାନିଟେସନ ଏକ୍ସପର୍ଟ ଗିତିକା ସୁବୁଦ୍ଧୀ ଓ ୫ଟି ବାର୍ଡର ୫ଜଣ ସ୍ୱଛସାଥୀମାନେ ଯୋଗଦେଇଥିଲେ । ଏଥିରେ ପୈାରପରିଷଦ ଅଧିନସ୍ଥ ଜରିଗୋଟାଳିମାନେ ଯୋଗଦେଇଥିଲେ ।