Friday, October 16, 2026
Home ଜାତୀୟ ଗ୍ରାମୀଣ ସ୍ଥାନୀୟ ପ୍ରଶାସନ ପାଇଁ 12ହଜାର 351କୋଟି ଟଙ୍କା ଦେଲା କେନ୍ଦ୍ର

ଗ୍ରାମୀଣ ସ୍ଥାନୀୟ ପ୍ରଶାସନ ପାଇଁ 12ହଜାର 351କୋଟି ଟଙ୍କା ଦେଲା କେନ୍ଦ୍ର

16

ନୂଆଦିଲ୍ଲୀ,{ପିଆଇବି} : ଅର୍ଥମନ୍ତ୍ରଣାଳୟ ଅଧୀନରେ ଥିବା ଖର୍ଚ୍ଚ ବିଭାଗ ଆଜି 12ହଜାର 551.5କୋଟି ଟଙ୍କା 18ଟି ରାଜ୍ୟର ଗ୍ରାମୀଣ ସ୍ଥାନୀୟ ପ୍ରଶାସନ ପାଇଁ ଅନୁଦାନ ମଞ୍ଜୁର କରିଛନ୍ତି । ଏହ। 2020-21 ଆର୍ଥିକ ବର୍ଷର ଦ୍ୱିତୀୟ ଅନୁଦାନ ।

          ପଞ୍ଚାୟତରାଜ ମନ୍ତ୍ରଣାଳୟର ଅନୁଦାନ କ୍ରମେ ପୂର୍ବ ଅନୁଦାନର ବିନିଯୋଗ ପ୍ରମାଣପତ୍ର ଦାଖଲ କରିଥିବା 18ଟି ରାଜ୍ୟକୁ ଏହି ଅନୁଦାନ ଦିଆଯାଇଛି । ଏହି ଅନୁଦାନ ଦେବା କ୍ଷେତ୍ରରେ ପଞ୍ଚଦଶ ଅର୍ଥ କମିଶନର ମଧ୍ୟ ଅନୁମତି ରହିଛି । ଏହି ଅର୍ଥରେ ଗ୍ରାମାଞ୍ଚଳ ସର୍ବସାଧାରଣଙ୍କ ସମ୍ପତି ସୃଷ୍ଟି ଓ ସୁଧାର କରାଯିବ । ଏହି ଅର୍ଥ ଗ୍ରାମ ଏବଂ ପଞ୍ଚାୟତ, ପଞ୍ଚାୟତ ସମିତି ଏବଂ ଜିଲ୍ଲା ପରିଷଦ ଭାବରେ ତ୍ରିସ୍ତରୀୟ ପଞ୍ଚାୟତରାଜ ଅନୁଷ୍ଠାନଗୁଡିକ ଦିଆଯାଇଛି । ଗ୍ରାମରୁ ବ୍ଲକସ୍ତର ଯାଏଁ ବିଭିନ୍ନ ଉନ୍ନତି ମୂଳକ କାର୍ଯ୍ୟରେ ଏହି ଅର୍ଥ ବିନିଯୋଗ ହେବ ।

ପଞ୍ଚଦଶ ଅର୍ଥ କମିଶନ ମୌଳିକ ଭିତ୍ତିଭୂମି ଓ ଅନୁବନ୍ଧିତ ଭିତ୍ତିଭୂମି ଭାବରେ ଦୁଇପ୍ରକାରର ଅନୁଦାନ ପାଇଁ ଅନୁମୋଦନ କରିଛନ୍ତି ।ବିଭିନ୍ନ କର୍ମଚାରୀଙ୍କ ଦରମା ଏବଂ ଅନୁଷ୍ଠାନିକ ଖର୍ଚ୍ଚ ବ୍ୟତୀତ ଅନ୍ୟ ସମସ୍ତ ପ୍ରକାରର ଆବଶ୍ୟକତା ପୂରଣ ନିମନ୍ତେ ମୌଳିକ ଭିତ୍ତିଭୂମି ସୃଷ୍ଟି ଏହି ପାଣ୍ଠି ଖର୍ଚ୍ଚ କରାଯିବ । ଅନୁବନ୍ଧିତ ପାଣ୍ଠିରେ ପରିମଳ ଏବଂ ବାହ୍ୟ ମଳତ୍ୟାଗ ବନ୍ଦ କରାଯିବା ସମ୍ପର୍କିୀତ ଖର୍ଚ୍ଚ ଏବଂ ପାନୀୟ ଜଳ, ବୃଷ୍ଟିଜଳ ଅମଳ, ଜଳଚକ୍ର ସୃଷ୍ଟି ଆଦି ବାବଦରେ ଖର୍ଚ୍ଚ ହେବ । କେନ୍ଦ୍ର ସରକାରଙ୍କ ସ୍ୱଚ୍ଛଭାରତ ଏବଂ ଜଳଜୀବନ ମିଶନ ଅନ୍ତର୍ଗତ କାର୍ଯ୍ୟକ୍ରମରେ ଏହି ଦ୍ୱିତୀୟ ଅନୁଦାନ ପାଣ୍ଠି ବିନିଯୋଗ ହେବ । ରାଜ୍ୟ ସରକାର ମାନେ ଏହି ଅର୍ଥ ପାଇବାର 10ଟି କାର୍ଯ୍ୟ ଦିବସ ମଧ୍ୟରେ ତ୍ରିସ୍ତରୀୟ ପଞ୍ଚାୟତରାଜ ବ୍ୟବସ୍ଥାର ସ୍ଥାନୀୟ ପ୍ରଶାସନକୁ ହସ୍ତାନ୍ତର କରିବେ । ଚର୍ତୁଦଶ ଅର୍ଥ କମିଶନର ବାକିଆ ପ୍ରାପ୍ୟ ଏବଂ ପଞ୍ଚଦଶ ଅର୍ଥ କମିଶନର ଏ ବାବଦରେ ପ୍ରଥମ କିସ୍ତି ଏହା ପୂର୍ବରୁ 2020 ମସିହା ଜୁନ ମାସରେ ରାଜ୍ୟମାନଙ୍କୁ ଦିଆଯାଇଛି । ପ୍ରଥମ କିସ୍ତି 15ହଜାର 187.50 କୋଟିକୁ ମିଶାଇ ଏପର୍ଯ୍ୟନ୍ତ 45ହଜାର 738କୋଟି ଟଙ୍କା ଗ୍ରାମୀଣ ସ୍ଥାନୀୟ ପ୍ରଶାସନଗୁଡିକ ଦିଆଗଲାଣି । ଏ ବାବଦରେ ଓଡିଶାକୁ ଏପର୍ଯ୍ୟନ୍ତ 1ହଜାର 693.50 କୋଟି ଟଙ୍କା ମିଳିଲାଣି ।

                                                                       (Rs. In crore)

S.No.Name of the StateTotal RLB grant released
1.Andhra Pradesh3137.03
2.Arunachal Pradesh418.80
3.Assam802.00
4.Bihar3763.50
5.Chhattisgarh1090.50
6.Goa37.50
7.Gujarat2396.25
8.Haryana948.00
9.Himachal Pradesh321.75
10.Jharkhand1266.75
11.Karnataka2412.75
12.Kerala1221.00
13.Madhya Pradesh2988.00
14.Maharashtra4370.25
15.Manipur88.50
16.Meghalaya91.00
17.Mizoram46.50
18.Nagaland62.50
19.Odisha1693.50
20.Punjab2233.91
21.Rajasthan1931.00
22.Sikkim31.50
23.Tamil Nadu1803.50
24.Telangana1385.25
25.Tripura143.25
26.Uttar Pradesh7314.00
27.Uttarakhand430.50
28.West Bengal3309.00
 Total45737.99