Sunday, November 15, 2026
Home ଜିଲ୍ଲା ଖୋର୍ଦ୍ଧା ଖୋର୍ଦ୍ଧାରୋଡ ରେଳମଣ୍ଡଳ ପକ୍ଷରୁ ୭୨ତମ ସାଧାରଣତନ୍ତ୍ର ଦିବସ

ଖୋର୍ଦ୍ଧାରୋଡ ରେଳମଣ୍ଡଳ ପକ୍ଷରୁ ୭୨ତମ ସାଧାରଣତନ୍ତ୍ର ଦିବସ

33

ଖୋର୍ଦ୍ଧା,[ସଞ୍ଜୀବ କୁମାର]: ଖୋର୍ଦ୍ଧାରୋଡ ରେଳମଣ୍ଡଳ ପକ୍ଷରୁ ୭୨ତମ ସାଧାରଣତନ୍ତ୍ର ଦିବସ ରେଳପଥ କ୍ରିଡା ଷ୍ଟାଡିୟମ ପରିସରରେ ଆୟୋଜିତ ହୋଇଯାଇଛି । ଏଥିରେ ମୂଖ୍ୟ ଅତିଥୀଭାବେ ଖୋର୍ଦ୍ଧାରୋଡ ମଣ୍ଡଳ ଡିଆରଏମ ଶଶିକାନ୍ତ ସିଂ ଯୋଗଦେଇ ବକ୍ତବ୍ୟ ମାଧ୍ୟମରେ ପୁର୍ବତଟ ରେଳପଥ ମାଲ ପରିବହନ ଏବଂ ମହାମାରୀ କରୋନା ସମୟରେ ହୋଇଥିବା ଲକଡାଉନରେ ୩୯ହଜାର ଓଡିଆ ପ୍ରବାସୀଙ୍କୁ ସେମାନଙ୍କ ଭିଟାମାଟିରେ ପହଁଚାଇ ଶ୍ରେଷ୍ଠ ମର୍ଯ୍ୟାଦା ହାସଲ କରିଛି ।

ସେ ଆହୁରୀ କହିଛନ୍ତି ଯେ, ପୁର୍ବତଟ ରେଳପଥର ଖୋର୍ଦ୍ଧାରୋଡ ରେଳମଣ୍ଡଳ ଯାତ୍ରୀମାନଙ୍କ ପ।।ଇଁ ବିଭିନ୍ନ ଆନୁସଙ୍ଗିକ ବ୍ୟବସ୍ଥା କରିଛି । ୬ଟି ଷ୍ଟେସନ ସହିତ ହରିଦାସପୁର-ପାରାଦୀପ ନୂଆ ରେଳପଥର କାର୍ଯ୍ୟ ଆରମ୍ଭ ହୋଇଛି । ୨୦ଟି ବ୍ରିଜର ପୁନରୁଧାର ଏବଂ ଦୋହରିକରଣ କାର୍ଯ୍ୟାରମ୍ଭ ହୋଇଯାଇଛି । ମହାମାରୀ କୋରାନା କାଳରେ ମଣ୍ଡଳରେଳ ଚିକିତ୍ସାଳୟରେ ୪୨ବେଡ ବିଶିଷ୍ଟ ଆଇସୋଲେସନ ବ୍ୟବସ୍ଥା କରାଯାଇଥିଲା ।

ଏହି କ୍ରମରେ ରେଳପଥର ବିଭିନ୍ନ ଉନ୍ନୟନ କାର୍ଯ୍ୟ କରି ଚର୍ଚା ପରିସରକୁ ଆସିଥିବା କହିଥିଲେ । ମଙ୍ଗଳବାର ଏହି କାର୍ଯ୍ୟକ୍ରମ ଅବସରରେ ସମସ୍ତ ବିଭାଗର ଅଧିକାରୀ,ସ୍କାଉଟ ଆଣ୍ଡ ଗାଇଡ,ରେଳସୁରକ୍ଷା ବଳ, ରେଳଥାନା ପୁଲିସଅଧିକାରୀମାନେ ଉପସ୍ଥିତ ରହିଥିଲେ ।