
ଆସିକା, ୦୧/୧୦ (କ୍ଷିରୋଦ ବେହେରା): ଆସିକା ହରିହର ହାଇସ୍କୁଲ ଠାରେ ବ୍ଲକ ସ୍ତରୀୟ ଇଟଂର ସ୍କୁଲ କବାଡି ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ମୁଖ୍ୟ ଅତିଥି ଭାବେ ଆସିକା ବିଇଓ କୃତିବାସ ବାରିକ ଯୋଗ ଦେଇ ଉଦଘାଟନ କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ବିଶିଷ୍ଟ କ୍ରିଡାବିତ ତଥା ଆଇନଜୀବୀ ଦିଲ୍ଲୀପ କୁମାର ପାଣିଗ୍ରାହି, ଯୁବ ନେତା ସତ୍ୟନାରାୟଣ ସ୍ୱାଇଁ, କ୍ରିଡାବିତ ତଥା କବାଡି ପ୍ରଶିକ୍ଷକ ଏମ.ତାରିଣି ସେନାପତି, ଆସିକା ହରିହର ହାଇସ୍କୁଲ ପ୍ରଧାନ ଶିକ୍ଷକ ପ୍ରଦିପ କୁମାର ରାଉତ ଯୋଗ ଦେଇ ଥିଲେ ।

ଏହି ଅବସରରେ ମୁଖ୍ୟ ଅତିଥି ଆସିକା ବିଇଓ କୃତିବାସ ବାରିକ ଖେଳାଳି ମାନଙ୍କୁ ଉତ୍ସାହିତ କରି ଭଲ ପ୍ରଦର୍ଶନ କରିବା ପାଇଁ ପରାମର୍ଶ ଦେଇଥିଲେ । ବର୍ତମାନ ସମୟରେ ଖେଳ କ୍ଷେତ୍ରରେ ଉଜ୍ଜଳ ଭବିଷ୍ୟତ ପାଇଁ ବିଦ୍ୟାଳୟ ତରଫରୁ କ୍ରିଡା ଖେଳାଳି ମାନଙ୍କ ପାଇଁ ସମସ୍ତ ସୁବିଧା ସୁଯୋଗ ଯୋଗାଇବାରେ ପ୍ରସ୍ତୁତ ରହିଥିବା କହିଥିଲେ । ଖେଳିବା ଦ୍ୱାରା ଉତମ ସ୍ୱାସ୍ଥ୍ୟ ମିଳିଥାଏ ବୋଲି ଉପସ୍ଥିତ କବାଡି ଖେଳାଳୀ ମାନଙ୍କୁ କହିଥିଲେ ।ଏହି ପ୍ରତିଯୋଗିତା ବରିଷ୍ଠ ବର୍ଗ ଓ କନିଷ୍ଠ ବାଳିକା ଓ ବାଳକ ବର୍ଗର ପ୍ରାୟ ୨ଶହ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ ।


ଏହି ପ୍ରତିଯୋଗିତାରେ ପ୍ରଶିକ୍ଷକ ଭାବେ ୩୮ଜଣ ପିଇଟି ଶିକ୍ଷକ ଯୋଗ ଦେଇଥିବା ବେଳେ ୧୬ ଜଣ ବାଳକ ଓ ବାଳିକା ଖେଳାଳି ମନୋନୀତ ହୋଇଛନ୍ତି । ଆସନ୍ତା ମାସ ୩ ତାରିଖରେ କନିଷି ଠାରେ ଜିଲ୍ଲା ସ୍ତରୀୟ କବାଡି ପ୍ରତିଯୋଗିତାରେ ଅଂଶଗ୍ରହଣ କରିବା ନେଇ ସୂଚନା ରହିଛି । ଆସିକା ବ୍ଲକ ଅଧିନ ବିଭିନ୍ନ ବିଦ୍ୟାଳୟର କ୍ରିଡା ଶିକ୍ଷକ, ସ୍ୱଦେଶି ଦଳେଇ, ଚିତ ରଞ୍ଜନ ଆଚାର୍ଯ୍ୟ, କୈଳାସ ଗୈାଡ, ପଦ୍ମଚରଣ ବିଷୋୟୀ, କାହ୍ନା ଚରଣ ଦାଶ, ମୁକେଶ ଦାଶ, ଇନ୍ଦିରା ଦାଶ ସମେତ ବହୁ କ୍ରିଡା ଶିକ୍ଷକ ଯୋଗ ଦେଇ ପରିଚାଳନାରେ ସହଯୋଗ କରିଥିଲେ ।



