Wednesday, October 14, 2026
Home ଅପରାଧ ଧାନ ଖଳାରେ ନିଆଁ ଲଗାଇଲେ ଦୁର୍ବୁତ୍ତ,ଅଳ୍ପକେ ବର୍ତିଲେ ଚାରି ଚାଷୀ

ଧାନ ଖଳାରେ ନିଆଁ ଲଗାଇଲେ ଦୁର୍ବୁତ୍ତ,ଅଳ୍ପକେ ବର୍ତିଲେ ଚାରି ଚାଷୀ

12

ସୋରଡ଼ା,[ଶିବରାମ ଚୌଧୁରୀ]: ଗଂଜାମ ଜିଲ୍ଲା ସୋରଡ଼ା ଥାନା ସଣ୍ଡାବାଲି ଗ୍ରାମ ନିକଟ ଧାନ ଖଳାରେ ଅଗ୍ନିକାଣ୍ଡ।ଲକ୍ଷାଧିକ ଟଙ୍କାର ଧାନ ବସ୍ତା ପୋଡି ନଷ୍ଟ।ଚାଷୀ ମାନେ ଧାନ ଖଳାରେ ସୋଇଥିବା ସମୟରେ ଅଗ୍ନିକାଣ୍ଡ ଘଟିଥିବାରୁ ଅଳ୍ପକେ ବର୍ତିଲେ ଚାରି ଜଣ ଚାଷୀ।ସୂଚନା ମୁତାବକ ଗତକାଲି ବିଳମ୍ବିତ ରାତି ରେ କେହି ଦୁର୍ବୁତ୍ତ କିଛି ଧାନ ବସ୍ତା ଚୋରି କରିନେବା ପରେ ଧାନ ଖଳାରେ ନିଆ ଲଗାଇ ଚମ୍ପଟ ମାରିଛି।

ନିଆଁ ଲାଗିଥିବା ଦେଖିବାକୁ ପାଇ ଥିଲେ ସ୍ଥାନୀୟ ଲୋକେ ତୁରନ୍ତ ଖଳାରେ ସୋଇଥିବା ଚାଷୀ ମାନଙ୍କୁ ନିଆରୁ ଉଦ୍ଧାର କରିଥିଲେ।ଖବର ପାଇ ସୋରଡ଼ା ଅଗ୍ନିଶମ ବାହିନୀ ପହଂଚି ନିଆଁ କୁ ଆୟତ୍ତ କରିଛି।ସେପଟେ କ୍ଷତି ପୂରଣ ପାଇଁ ସରକାର ଙ୍କୁ ଦାବି କରିଛନ୍ତି ଚାଷୀ।