
ଭଞ୍ଜନଗର,[ବବି ରଥ]: ଗଞ୍ଜାମ ଜିଲ୍ଲା ଭଞ୍ଜନଗର ସ୍ଥାନୀୟ ଜେଲପଡିଆ ଗ୍ରାଉଣ୍ଡ ରେ ପାଳିତ ହୋଇଛି ସ୍ଥାନୀୟ ଘୁମୁସର ଅଞ୍ଚଳ ଉପଖଣ୍ଡ ସ୍ତରୀୟ ପବିତ୍ର ସାଧାରଣତନ୍ତ୍ର ଦିବସ.ମୂଖ୍ୟ ଅତିଥି ଉପଜିଲ୍ଲାପାଳ ରାଜେନ୍ଦ୍ର ମିଞ୍ଜ ଙ୍କ ସହିତ ସମସ୍ତ ପ୍ରଶାସନ ସୂଚନା ଏବଂ ଲୋକସଂପର୍କ ଅଧିକାରୀ, ସାମ୍ବାଦିକ ବନ୍ଧୁ, ତହସିଲଦାର, ପୋଲିସ ବିଭାଗ, ବଣିକ ସଂଗଠନ, ବିଜ୍ଞାପିତ ପରିଷଦ, ଅଗ୍ନିଶମ ବାହିନୀ, ସ୍ଵେଛାସେବି, କବିସମ୍ରାଟ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟ ର ଅଦକ୍ଷ, ଆର୍ମି,
ନେଭାଲ ଅଫିସର, ଉପେନ୍ଦ୍ର ଭଞ୍ଜ ଉଚ୍ଚବିଦ୍ୟାଳୟ ର ଆର୍ମି, ଉପଖଣ୍ଡ ଚିକିତ୍ସା ଅଧିକାରୀ, ଉପଖଣ୍ଡ ପୋଲିସ ଅଧିକାରୀ, ପୂର୍ବତନ ଡିଫେନ୍ସ ଅଧିକାରୀ, ଶିକ୍ଷକ ଙ୍କ ସମେତ ସ୍ଥାନୀୟ ବୁଦ୍ଧିଜୀବୀ ମାନଙ୍କୁ ନେଇ ପୂର୍ବବୈଠକ ରେ ନିଷ୍ପତି ହୋଇଥିବା ସମୟକୁ ଦୃଷ୍ଟିରେ ରଖି ଠିକସକାଳ 8.30ମିନିଟ ସମୟରେ ମୂଖ୍ୟ ଅତିଥି ଙ୍କୁ ସ୍ୱାଗତ ସହିତ ଜାତୀୟ ପତାକାକୁ ଉତଳନ କରାଗଲା. ସ୍ଥାନୀୟ ଦୀନବନ୍ଧୁ ବାଳିକା
ଉଚ୍ଚବିଦ୍ୟାଳୟ ର ଶିକ୍ଷୟତ୍ରୀ ମାନେ ରାଷ୍ଟ୍ରିୟ ସଂଗୀତ ଗାନ କରିଥିଲେ. ମୂଖ୍ୟ ଅତିଥି ଉପଜିଲ୍ଲାପାଳ ତାଙ୍କ ବକ୍ତବ୍ୟ ଉପସ୍ଥାପନକରିଥିଲେ. ସ୍ଲୋଗାନ ମାଧ୍ୟମରେସମସ୍ତ ଙ୍କୁ ସମ୍ମାନ ପ୍ରଦାନ କରାଗଲା. ପୁଣି ମୁଖ୍ୟଅତିଥି ଙ୍କ ଦ୍ଵାରା ସମସ୍ତ ସ୍ଥାନୀୟ ବିଭାଗ-ତହସିଲ, ପୋଲିସ, ବିଜ୍ଞପିତ ଅଞ୍ଚଳ ପରିଷଦ, ଅଗ୍ନିଶମ, ଉପଖଣ୍ଡ ଚିକିତ୍ସା, ରୋଟାରି କ୍ଲବସମେତ ବିଦ୍ୟାଳୟ, ମହାବିଦ୍ୟାଳୟ ଛାତ୍ର -ଛାତ୍ରୀମାନଙ୍କୁ ସମ୍ମାନୀତ କରାଗଲା. ସ୍ଥାନୀୟ ଉପଖଣ୍ଡ ଚିକିତ୍ସାଳୟ ରେ ରୋଗୀ ମାନଙ୍କୁ ଫଳ ବଣ୍ଟନ ସହ ସ୍ଥାନୀୟ ଲେପୋରସୀ କୋଲନି ରେ ମଧ୍ୟ ସୁଖୀଲା ଖାଦ୍ୟ ବଣ୍ଟନ କରାଯାଇଥିଲା |




