Wednesday, July 29, 2026
Home ଆଞ୍ଚଳିକ ବେଗୁନିଆପଡା:ପ୍ରଫୁଲ୍ଲ ଚନ୍ଦ୍ର ତିଆଡ଼ି ସ୍ମାରକୀ କ୍ରିକେଟ ଟୁର୍ନାମେଣ୍ଟ ଉଦଘାଟିତ

ବେଗୁନିଆପଡା:ପ୍ରଫୁଲ୍ଲ ଚନ୍ଦ୍ର ତିଆଡ଼ି ସ୍ମାରକୀ କ୍ରିକେଟ ଟୁର୍ନାମେଣ୍ଟ ଉଦଘାଟିତ

37
DEBASIS

ବେଗୁନିଆପଡା,27/01(ଦେବାଶିଷ ମହାରଣା):ବେଗୁନିଆପଡା ବ୍ଲକ ଅନ୍ତର୍ଗତ ସାଂକୁଡା ନିକଟ ସରସ୍ବତୀ ଶିଶୁମନ୍ଦିର ଖେଳ ପଡିଆ ଠାରେ ବୁଧବାର ଦିନ ଜିଲ୍ଲା ପରିଷଦ ସଭ୍ୟ ସ୍ବର୍ଗତ ପ୍ରଫୁଲ ଚନ୍ଦ୍ର ତିଆଡ଼ି ଙ୍କ ସ୍ମୃତି ଉଧ୍ୟେଶ୍ୟ ରେ ପ୍ରଫୁଲ୍ଲ ଚନ୍ଦ୍ର ତିଆଡ଼ି ସ୍ମାରକୀ କ୍ରିକେଟ ଟୁର୍ନାମେଣ୍ଟ ଉଦଘାଟିତ ହୋଇଯାଇଛି | ଉକ୍ତ ଟୁର୍ନାମେଣ୍ଟ କୁ କବିସୂର୍ଯ୍ୟନଗର ମାନନୀୟା ବିଧାୟିକା ଲତିକା ପ୍ରଧାନ ଉଦଘାଟନ କରିଥିଲେ |

ଟୁର୍ନାମେଣ୍ଟ ର ଆରମ୍ଭ ମ୍ୟାଚ ରେ ଶାଳବଣ ଦଳ ସହିତ ତାଳସର ଦଳ ମଧ୍ୟରେ ମୁକାବିଲା ହୋଇଥିଲା |ତାଳସର ଦଳ ଟସ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତି ନେଇଥିଲା | ଦଳ 12 ଓଭର ରେ 110 ରନ କରିଥିବା ବେଳେ ଶାଳବଣ ଦଳ ମାତ୍ର 7.5 ଓଭର ରେ ଲକ୍ଷ ସ୍ଥଳରେ ପହଂଚି ବିଜୟ ହାସଲ କରିଥିଲା |ବେଷ୍ଟ ଖେଳାଳି ଭାବେ ଦିପୁ 17 ବଲ ରେ 57 ରନ କରିଥିଲେ |ଆଜିର ଆୟୋଜିତ ଏହି ମ୍ୟାଚକୁ କିଶୋର ଡାକୁଆ,ତ୍ରିଲୋଚନ ମହାପାତ୍ର ପରିଚାଳନା କରିଥିଲା ବେଳେ ନିଲୁ ପ୍ରଧାନ, ମନୋଜ ଡାକୁଆ ଭାଷ୍ୟକାର ଦାୟିତ୍ୱ ତୁଲାଇଥିଲେ |

ଗଦାଧର ପ୍ରଧାନ ଙ୍କ ତତ୍ୱାବଧାନ ରେ ଆୟୋଜିତ ଏହି ଟୁର୍ନାମେଣ୍ଟ ରେ ସାଂଙ୍କୁଡ଼ା ସରପଞ୍ଚ ସନ୍ତୋଷ କୁମାର ସାହୁ,ସମିତି ସଭ୍ୟ କବିରାଜ ସାହୁ,ଅବସର ପ୍ରାପ୍ତ ବରିଷ୍ଠ ଶିକ୍ଷକ ରଘୁନାଥ ଦୋରା,ଜିଲ୍ଲା ଶାରୀରିକ ଶିକ୍ଷା ନିରୀକ୍ଷକ ଭାଗିରଥି ସ୍ୱାଇଁ,କ୍ରୀଡା ଶିକ୍ଷକ ସନ୍ତୋଷ କୁମାର ମଳିକ,ସାଙ୍କୁଡ଼ା ଗ୍ରାମ୍ୟ କମିଟି ସଭାପତି ଅନୁ ସ୍ୱାଇଁ,ବସନ୍ତ କୁମାର ବାରିକ ପ୍ରମୁଖ ଉପସ୍ଥିତ ରହି ଖେଳାଳି ଙ୍କୁ ଉତତ୍ସାହିତ କରିଥିଲେ |