Home ଆଞ୍ଚଳିକ ପୋଲିସ ଗାଡି ଦେଖି ଗଞ୍ଜେଇ ମାଫିଆ ଗାଡି ଛାଡି ଚମ୍ପଟ

ପୋଲିସ ଗାଡି ଦେଖି ଗଞ୍ଜେଇ ମାଫିଆ ଗାଡି ଛାଡି ଚମ୍ପଟ

22

ମୋହନା,(ଏସ୍ ତ୍ରିପାଠୀ): ଗଜପତି ଜିଲ୍ଲାର ଅଡବା ଥାନା ସୂଚନା ପ୍ରକାରେ ଅଡବା ପୋଲିସ ଦ୍ୱାରା ସନ୍ଧ୍ୟା ୫ଟା ସମୟରେ ପୋଲିସ ପେଟ୍ରୋଲିଙ୍ଗ କରୁଥିବା ସମୟରେ ଅଡବା ଥାନା ଅନ୍ତର୍ଗତ କାଟାମା ଗ୍ରାମ ହାଇସ୍କୁଲ ଛକ ଠାରେ ରାୟଗଡା ଜିଲ୍ଲାର ଚନ୍ଦ୍ରପୁର ରୁ ଆସୁଥିବା ଏକ କାର ଗାଡି ନମ୍ବର JH01DT2987 ଆସୁଥିଲା ।

ଉକ୍ତ କାର ଚାଲକ ଆଗରେ ପୋଲିସ ଗାଡି ଛିଡ଼ା ହୋଇଥିବା ଦେଖି କାରକୁ ଛାଡ଼ି କାରରେ ବସିଥିବା ଲୋକମାନେ ଫେରାର ହୋଇଯାଇଥିଲେ । ତେବେ ଘଟଣା ସ୍ଥଳରେ ଅଡବା ପୋଲିସ ଉକ୍ତ କାରକୁ ଜବତ ଯାଞ୍ଚ କରିବା ସମୟରେ ଉକ୍ତ କାର ମଧ୍ୟରୁ ୮୬ କିଲୋ ଗଞ୍ଜେଇ ଜବତ ହୋଇଥିବା ଅଡବା ଥାନା ଅଧିକାରୀ ଆନନ୍ଦ କୁମାର ପାତ୍ର ସୂଚନା ଦେଇଛନ୍ତି ।