
ଚାହୁଁ ଚାହୁଁ ବିତିଗଲା ୫ ବର୍ଷ
କହିବାକୁ ଥିଲା ଅନେକ କଥା
ହେଲେ ଆଜି ମନେ ରହିଛି ଅନେକ ବ୍ୟଥା
ମନ କଥା ଜାଣି ସବୁ ଆଣିଦେଉଥିଲ ତୁମେ
ମୁଁ କରିବା ବେଳକୁ ଛାଡ଼ି ଚାଲିଗଲ ତୁମେ
ବିଜୟ ର ଯାତ୍ରା ଜୟ ଜୟ କରି ସଭିଙ୍କୁ ଛାଡିଗଲ
କିନ୍ତୁ ହୃଦୟେ ମୋର ଚିରଦିନ ପାଇଁ ସ୍ମୃତି ହୋଇ ରହିଗଲ
ବିନା ସ୍ଵାର୍ଥେ ସାହାର୍ଯ୍ୟ ପାଇଁ ଆଗେଇ ଆସୁଥିଲ
ତୁମେ ଗଲା ପରେ ପ୍ରତିଟି ମୁହୂର୍ତ୍ତେ ଆମେ ହେଉଛୁ କଲବଲ
ନା ଥିଲା ଭୟ ଜାଣିନଥିଲି ମୁଁ କଷ୍ଟ
ଯେତେ କରିଲେ ଭି କେହି ନୁହନ୍ତି ମୋ ଉପରେ ସନ୍ତୁଷ୍ଟ
ସୁଦୂର ମାଳ ରୁ ନେଇ ଆସିଥିଲ ତୁମେ
ମୁଁ ନେବା ବେଳକୁ ଛାଡ଼ିଗଲ ତୁମେ
ଥିଲ ଯେ ତୁମେ ଜଣେ ପର ଉପକାରୀ ପୁରୁଷ
ଜାଣି ନଥିଲି ମୁଁ ଏତେ ଶୀଘ୍ର ସବୁ ହୋଇବ ଶେଷ
ଆଜି ଭି ମୁଁ ଝୁରେ ସେ ବାପ ବାପ ଡାକ
ତୁମେ ଯେ ଥିଲ ଆଶାର ଆଲୋକ
ଥିଲେ ତୁମ ଆଶୀର୍ବାଦ
ଲଂଘି ଯିବି ଯେ ମୁଁ ପର୍ବତ
୰ ବିଜୟ କୁମାର ଦାସ
ଆଜି ର ଏହି ତିଥିରେ ମୁଁ ତୁମ ଆତ୍ମା ର ସଦଗତି ନିମନ୍ତେ କାଳିଆ ଠାକୁର ନିକଟରେ ପ୍ରାର୍ଥନା କରୁଛି।
ଇତି
ସିପୁନ ଓ ପରିବାର ବର୍ଗ
ଜୟ ଜଗନ୍ନାଥ
ତା. ୨୭.୦୧. ୨୦୨୧


