
କେରାଣ୍ଡିତୋଳା,{ବିଚିତ୍ର ସାହୁ}: ରୋଟାରୀ ଜିଲ୍ଲା-3262 ର ଗଭର୍ଣ୍ଣର (ପ୍ରାନ୍ତପାଳ) ସୌମ୍ଯ ରଂଜନ ମିଶ୍ର ଗତ 24ତାରିଖ ଦିନ ଦିନିକିଆ ବ୍ରହ୍ମପୁର ଗସ୍ତରେ ଫଆସି ରୋଟାରୀ କ୍ଳବ ଇଷ୍ଟ ତରଫରୁ ହୋଇଥିବା ବିଭିନ୍ନ ପ୍ରକଳ୍ପ ପରିଦର୍ଶନ କରି ପ୍ରଶଂସା କରିଛନ୍ତି । କ୍ଳବ ସହାୟତାରେ କେରାଣ୍ଡିତୋଳା ନାରାୟଣ ପୁର ଗ୍ରାମର ବୀରକିଶୋର ପ୍ରଧାନଙ୍କ ଏକ ଏକର ଜମିରେ ଗଢି ଉଠିଥିବା 1ହଜାର ଉନ୍ନତ କିସମର କଦଳୀ ଚାଷ ପରିଦର୍ଶନ କରି ସନ୍ତୋଷ ପ୍ରକାଶ କରିଥିଲେ ।
ଆୟୋଜିତ ସମସ୍ତ ସଭାରେ କ୍ଳବ ସଭାପତି ରଂଜିତ କୁମାର ପାତ୍ର ଅଧ୍ୟକ୍ଷତା କରିଥିଲେ ।ପୂର୍ବତନ ଜିଲ୍ଲା ଗଭର୍ଣ୍ଣର ଶିବବ୍ରତ ଦାଶ, ଆଗାମୀ 2023-24ର ଗଭର୍ଣ୍ଣର ତାପସ କୁମାର ପାଣିଗ୍ରାହୀ, ସାଧାରଣ ସଂପାଦକ ସୁଶାନ୍ତ କୁମାର ମହାପାତ୍ର, ଅଶୋକ କୁମାର ସାହୁ, ସୁନିତା ପଣ୍ଡା ପ୍ରମୁଖ ଅତିଥି ବୃନ୍ଦ ଉଦ୍ବୋଧନ ଦେଇ ରୋଟାରୀ କ୍ଳବ ଇଷ୍ଟ ଆନୁକୂଲ୍ୟରେ ସୃଷ୍ଟି କରାଯାଇଥିବା ଏହି ପ୍ରକଳ୍ପରେ ସନ୍ତୋଷ ପ୍ରକାଶ କରିଥିଲେ ।
କ୍ଳବର ଅନ୍ୟାନ୍ୟ ପ୍ରକଳ୍ପ ସୁନ୍ଦର ପଞ୍ଚାୟତର ପାଇତାରି ସରକାରୀ ପ୍ରାଥମିକ ବିଦ୍ୟାଳୟ ଠାରେ ଜଳଧାରା ପ୍ରକଳ୍ପ, ମାଝୀ ଡିହ ଠାରେ ପ୍ରୌଢ ଶିକ୍ଷା କେନ୍ଦ୍ର (ସ୍ବାଭିମାନ),ଭିକାରୀ ପଲ୍ଲୀ ପଞ୍ଚାୟତର ନୂଆଁପଲ୍ଲୀ ଠାରେ ଦ୍ଵିତୀୟ ସ୍ବାଭିମାନ କେନ୍ଦ୍ର ଅତିଥି ମାନେ ପରିଦର୍ଶନ କରି ସନ୍ତୋଷ ପ୍ରକାଶ କରିଥିଲେ ।ସମସ୍ତ କାର୍ଯ୍ୟକ୍ରମରେ କ୍ଳବର ସଂପାଦକ କାମରାଜୁ ମହାରଣା ସଂଯୋଜନା କରିଥିଲେ ।
ଲିଟେରେସୀ ଚେୟାରମ୍ୟାନ୍ ଅରୁଣ ଚାନ୍ଦ ଦାଶଙ୍କ ସମେତ ପୂର୍ବତନ ସଭାପତି ପ୍ରଦୀପ କୁମାର ପଣ୍ଡା,ଅଜିତକୁମାରପୃଷ୍ଟି,ସୁଧାଂଶୁ ଶେଖର ଖଡଗରାୟ,ବି:କୁଶ ପାତ୍ର ଗୌରୀଶଙ୍କର ପଣ୍ଡା, ରାଜେଶ୍ବର ରାଓ,ପ୍ରଦୀପ କୁମାର ପଟ୍ଟନାୟକ, ଦେବକାନ୍ତ ପାତ୍ର, ସୁମିତ ପଟ୍ଟନାୟକ, ପ୍ରତ୍ୟୁଷ ଦାଶ, ଜୟନ୍ତ କୁମାର ପାତ୍ର, ମନୋଜ କୁମାର, ପ୍ରମୁଖ କର୍ମକର୍ତ୍ତା ବୃନ୍ଦ ସମସ୍ତ ପ୍ରକଳ୍ପ ସ୍ଥାନର କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।ସୁନ୍ଦର ପୁର ଠାରେ ସରପଞ୍ଚ ପ୍ରତିନିଧି ସୋମନାଥ ବେହେରା ଓ ଶିକ୍ଷକ ପ୍ରକାଶ ଚନ୍ଦ୍ର ପାଣିଗ୍ରାହୀ ,ନୂଆଁପଲ୍ଲୀ ଠାରେ ଶିକ୍ଷକ ଜନାର୍ଦନ ଶତପଥୀ ଓ ସୁଶାନ୍ତ କୁମାର ସେଠୀ ସହଯୋଗ କରିଥିଲେ ।



