ମଙ୍ଗଳପୁର ଗ୍ରାମରେ ରାଷ୍ଟ୍ରିୟ ପୋଷଣ ମାହ ପାଳିତ

243

ଆସିକା,୦୧/୧୦ (କ୍ଷିରୋଦ ବେହେରା): ଆସିକା ବ୍ଲକ ସମନ୍ୱିତ ଶିଶୁ ବିକାଶ ପ୍ରକଳ୍ପ ଆନୁକୂଲ୍ୟରେ ରାଷ୍ଟ୍ରିୟ ପୋଷଣ ମାହ ଅନୁଷ୍ଟିତ ହୋଇଯାଇଛି । ଆସିକା ସିଡିିପିଓ ଭାରତୀ ମହାପାତ୍ରଙ୍କ ସଂଯୋଜନାରେ ଏହି କାର୍ଯ୍ୟକ୍ରମ ଅନୁଷ୍ଟିତ ଯାଇଛି । ବ୍ଲକର ମଙ୍ଗଳପୁର ଗ୍ରାମ ପଚାଂୟତ କାର୍ଯ୍ୟାଳୟ ଠାରେ ରାଷ୍ଟ୍ରିୟ ପୋଷଣ ମାହ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।

ଏହି କାର୍ଯ୍ୟକ୍ରମକୁ ମଙ୍ଗଳପୁର ସରପଚଂ କବିତା ବେହେରା ଉଦଘାଟନ କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ଆସିକା ସିଡିପିଓ ଭାରତୀ ମହାପାତ୍ର, ଅଚଂଳ ପରିଦର୍ଶିକା ରାଜେଶ୍ୱରୀ ଦୋରା, ୱାର୍ଡ ସଭ୍ୟ ଧୋବୁଣି ପ୍ରଧାନ, ମଙ୍ଗଳପୁର ଅଙ୍ଗନୱାଡି ସେକ୍ଟର ଅଧିନ ସମସ୍ତ ଅଙ୍ଗନୱାଡି ଓ ସହାୟିକା, କିଶୋରୀ, ବାଳିକା, ଗର୍ଭବତି ମହିଳା ସହ ବହୁ ଅଭିଭାବକ ଓ ଗ୍ରାମବାସୀ ଯୋଗ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ସମାଜରୁ କୁପୋଷଣ ଦୂରକରିବା ସହ ମାନବ ସମ୍ବଳର ଉପଯୁକ୍ତ ବିକାଶ ନିମନ୍ତେ ଶିଶୁର ଯତ୍ନ,ଆଦ୍ୟ ଉଦ୍ଧିପନା ଓ ସର୍ବାଙ୍ଗୀନ ଉନ୍ନତି , ପରିବାର ତଥା ସମାଜର ଗୁରୁ ଦାୟିତ୍ୱ ରହିଛି ।

ଏହି ଅବସରରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଦ୍ୱାରା ପ୍ରଣିତ ନିର୍ଦ୍ଧେଶାବଳୀ ପ୍ରକାରେ ଶିଶୁ ପାଇଁ ୧୦୦ ଦିନରେ ପୋଷଣ ଓ ସ୍ୱାସ୍ଥ୍ୟର ଯତ୍ନ ଉପରେ ଗୁରୁତ୍ୱାରୋପ କରାଯାଇଥିଲା । ଗର୍ଭବତୀ ମହିଳା ଓ ଶିଶୁ ସମ୍ବନ୍ଦୀୟ ପୁଷ୍ଟିସାର ଖାଦ୍ୟ ଯଥା ମିଠା , ପିଠା,ଶାଗ, ବୁଟ, ଚଣା, ଡାଲି,ଚୁନା,ବଢି ପ୍ରଭୃତି ପ୍ରଦର୍ଶନର ଆୟୋଜନ କରାଯାଇଥିଲା । ପୁଷ୍ଟିକର ଖାଦ୍ୟ ପାଇଁ ଜନସଚେତନତାର ବାର୍ତା ବହନ କରିବା ସହ ଶିଶୁ କ୍ଷେତ୍ରରେ ଏହା ଏକ ଅଭିନବ ପ୍ରୟାସ ବୋଲି ଅଙ୍ଗନୱାଡି ଅଧିକାରୀ ମାନେ ସୂଚନା ପ୍ରଦର୍ଶନ କରିଥିଲେ ।