Thursday, November 12, 2026
Home ଜିଲ୍ଲା ରାୟଗଡ ଜିଲ୍ଲା ମିଲରସ୍ ଆଶୋସେସନ ତରଫରୁ ଗରୀବ ମାନଙ୍କୁ ଖାଦ୍ୟ ସାମଗ୍ରୀ ବଣ୍ଟନ

ରାୟଗଡ ଜିଲ୍ଲା ମିଲରସ୍ ଆଶୋସେସନ ତରଫରୁ ଗରୀବ ମାନଙ୍କୁ ଖାଦ୍ୟ ସାମଗ୍ରୀ ବଣ୍ଟନ

40

ବିଷମ କଟକ,(ପ୍ରସନ କୁମାର ପଣ୍ଡା): ମହାମାରୀ ଯୋଗୁଁ ଦୁର୍ଗମ ଗ୍ରାମାଞ୍ଚଳରେ ଦୁର୍ଦ୍ଦଶା ଭୋଗୁଥିବା ଅଭାବି ଗରିବ, ଗୁରୁବା ପରିବାର ଲୋକଙ୍କ ପାଇଁ ସହାୟତା ହାତ ବଢାଇଛନ୍ତିଷ ରାୟଗଡା ମିଲର୍ସ ସଂଘ । ୧୨୯ଟି ରାଇସ ମିଲ୍ସକୁ ଗଠିତ ଏହି ସଂଘ କରୋନା ଯୋଗୁଁ ପ୍ରଭାବିତ ହୋଇଥିବା ଗ୍ରାମାଞ୍ଚଳ ଲୋକଙ୍କୁ ରିଲିଫ ସାମଗ୍ରୀ ବଣ୍ଟନ ସକାଶେ ଆଗେଇ ଆସିଛନ୍ତି ।

ଆଜି ବିଷମକଟକ ବ୍ଲକ୍ ଅନ୍ତର୍ଗତ ଡାଲିଆକୁଜି ପଚାୟତ ର ଆମ୍ବ ଗୁଡା ଗ୍ରାମରେ ବଣ୍ଟନ କରିଥିଲେ।ଆଗାମୀ ଦିନରେ ସବୁ ବ୍ଲକରେ ବୁଲି ଲୋକଙ୍କୁ ରିଲିଫ ପ୍ୟାକେଟ ବିତରଣ କରିବ ବୋଲି ଜଣାଯାଇଛି । ଉକ୍ତ ରିଲିଫ ପ୍ୟାକେଟରେ ଚାଳଉଳ, ମାଣ୍ଡିଆ, ଡାଲି, ତେଳ, ଆଳୁ, ପିଆଜ ଓ ସାବୁନ ମିଶ୍ରିତ ମୋଟ ୫ହଜାର ପ୍ୟାକେଟ ରିଲିଫ ସାମଗ୍ରୀ ରହିଥିବା ସଂଘ ସଭାପତି ଆର. କାଶୀ ନାଇଡୁ ସୂଚନା ଦେଇଛନ୍ତି । ଉକ୍ତ କାର୍ଯ୍ୟକ୍ରମରେ ମିଲର୍ସ ସଂଘର ଉପ ସଭାପତି ଗୌର ଶଙ୍କର ସେନାପତି, ସମ୍ପାଦକ ସୁମନ ପାତ୍ର, ପ୍ରକାଶ ବାବୁ ସମେତ ଅନେକ ମିଲରସ୍ ମଧ୍ୟ ଉପସ୍ଥିତ ଥିଲେ।