
କୁକୁଡ଼ାଖଣ୍ଡି,{ଇ.ରଞ୍ଜନ}: ଶ୍ୱଶୁର କୁ ଅପହରଣ କରିବା ଅଭିଯୋଗ ରେ ସଦର ଥାନା ପୋଲିସ ଜ୍ୱାଇଁ ସମେତ 3ଜଣକୁ ଗିରଫ କରି କୋର୍ଟ ଚାଲାଣ କରିଛି .. ଗୋଶାଣୀନୁଗାଓଁ ର ରବୀନ୍ଦ୍ରନାଥ ଙ୍କ ଝିଅ ଙ୍କୁ ଗୋବିନ୍ଦ ବିହାର ର ଅମର ଜ୍ୟୋତି ମଲ୍ଲ 10ବର୍ଷ ତଳେ ବିବାହ କରି ଥିଲେ. ବିବାହ ପରେ ସେମାନେ ପୁନେ ରେ ରହୁଥିଲେ.. ବିଭିନ୍ନ କାରଣ ରୁ ସ୍ୱାମୀ ଓ ସ୍ତ୍ରୀ ଙ୍କ ମଧ୍ୟରେ ଝଗଡା ହେଉଥିଲା |
ଗତ 2ବର୍ଷ ହେଲା ସ୍ତ୍ରୀ ସ୍ୱାମୀ ଠୁ ଅଲଗା ହୋଇ ନିଜ ବାପା ଘରେ ରହୁଥିଲେ.. ଶନିବାର ମଧ୍ୟାହ୍ନ ରେ ରବୀନ୍ଦ୍ର ଦକ୍ଷିଣପୁର ସ୍ଥିତ ନିଜ ଧାନ ମିଲ ରୁ ଫେରୁଥିବା ବେଳେ ରବୀନ୍ଦ୍ର ଙ୍କ ଜ୍ୱାଇଁ ଙ୍କ ସମେତ 3 ଜଣ ଏକ କାର ରେ ଆସି ରବୀନ୍ଦ୍ର ଙ୍କୁ ଅପହରଣ କରିଥିଲେ.. ରବୀନ୍ଦ୍ର ଘର କୁ ଫେରିନଥିବା ରୁ ପରିବାର ଲୋକ ବିବ୍ରତ ହୋଇ ପୋଲିସ କୁ ଖବର ଦେଇଥିଲେ |
ପୋଲିସ ଉକ୍ତ ରାସ୍ତାରେ ମହାରାଷ୍ଟ୍ର ନମ୍ବର ଥିବା ଏକ ଗାଡିକୁ ଯାଞ୍ଚ କରିବା ବେଳେ କାର ରୁ ରବୀନ୍ଦ୍ର ଙ୍କୁ ଉଦ୍ଧାର କରିଥିଲା.. ରବୀନ୍ଦ୍ର ଙ୍କୁ ତାଙ୍କ ଜ୍ୱାଇଁ ଅପହରଣ କରିବାକୁ ଚେଷ୍ଟା କରିବା ସହ ତାଙ୍କୁ କିଛି ଅର୍ଥ ଦାବି କରିଥିଲେ.. ରବୀନ୍ଦ୍ର ଏଥିରେ ରାଜି ହୋଇଥିବା ନେଇ ସଦର ଥାନା ରେ ଅଭିଯୋଗ କରିଥିଲେ.. ପୋଲିସ 26/21ରେ ମାମଲା ରୁଜୁ କରି 3ଜଣ କୁ ଗିରଫ କରି କୋର୍ଟ ଚାଲାଣ କରିବା ସହ କାର କୁ ଜବତ କରିଥିବା ଥାନା ଅଧିକାରୀ ସନ୍ତୋଷିନୀ ଓରାମ ସୂଚନା ଦେଇଛନ୍ତି |


