Tuesday, October 13, 2026
Home ଅପରାଧ ବ୍ରହ୍ମପୁର ସହରରେ ଅସଲି ବୋତଲରେ ନକଲି ଅପ ମିଶ୍ରିତ ଭର୍ତି ମୁର୍ଦ୍ୟୁ ପାନୀୟ ଜଳ କାରଖାନା...

ବ୍ରହ୍ମପୁର ସହରରେ ଅସଲି ବୋତଲରେ ନକଲି ଅପ ମିଶ୍ରିତ ଭର୍ତି ମୁର୍ଦ୍ୟୁ ପାନୀୟ ଜଳ କାରଖାନା ଉପରେ ପୋଲିସର ଚଢ଼ାଉ

140


ବ୍ରହ୍ମପୁର,(ଇ.ରଞ୍ଜନ): ସହରରେ ଗତକିଛି ଦିନ ଧରି ବେଆଇନ ଭାବେ ଖାଦ୍ୟପଦାର୍ଥ ବୃଦ୍ଧି ପାଉଥିବା ବେଳେ ପାନୀୟ ଜଳ ମଧ୍ୟ ସେଥି ମଧ୍ୟରୁ ବାଦ ପଡ଼ିନାହିଁ କେତେ କେମିକାଲ ମିଶ୍ରିତ ମୁର୍ଦ୍ୟୁ ପାନୀୟ ଜଳ ବିକ୍ରି ହେଉଛି ଖାଦ୍ୟ ପଦାର୍ଥ ତଦନ୍ତ ଅଧିକାରୀ ଙ୍କ ନଜର କୁ ତାହା ଆସୁନାହିଁ l ନକଲି କରବାରରେ ଲିପ୍ତଥିବା ଲୋକ ଦିନ ଦ୍ୱିପ୍ରହରେ ବଜ଼ାରରେ ନକଲି ସାମଗ୍ରୀ ବିକ୍ରି କରୁଥିବା ବେଳେ ସେମାନଙ୍କ ଉପରେ ପ୍ରଶାସନ ପକ୍ଷରୁ ପୂର୍ବରୁ ଲଗାମ ଲଗାଇଥାନ୍ତେ ତାହାଲେ ମାତ୍ରାଧିକ କଳାବଜ଼ାର ହୋଇନଥାନ୍ତା ବୋଲି ବୃଦ୍ଧିଯିବି ଙ୍କ ଚିନ୍ତାଧାରା ବଢୁଛି ନକଲି ସାମଗ୍ରୀ କାରବାର । କଟକ ପରେ ବ୍ରହ୍ମପୁର ସହରରେ ଗୋଟିଏ ପରେ ଗୋଟିଏ ନକଲି କାରଖାନା ଠାବ ହେଉଛି । ନାମୀ ଦାମୀ ଅସଲି ବୋତଲରେ ଭେଜାଲ ନକଲି ପାଣି । ପୁଣି ଆଜି ବ୍ରହ୍ମପୁରରେ ନକଲି ଓ ଅପମିଶ୍ରିତ ମୁର୍ଦ୍ୟୁ ପାନୀୟ ଜଳ କାରଖାନା ପୋଲିସ ପକ୍ଷରୁ ଠାବ ହୋଇଛି I

ଫାଷ୍ଟଗେଟ ଅନ୍ତର୍ଗତ ସୁକୁଣ୍ଡା ଠାରେ ବିନଦାସ ମସଲା ସୋଡ଼ା ସାଙ୍ଗ କୁ ବିନଦାସ କେମିକାଲ ପାୱଡର ଲିମନ ଡ୍ରିଂକ୍ସ କୁ ନକଲି ଆମ୍ବ ଜୁସ ଭଳି କି ଭଳି ବିଭିନ୍ନ କିସମର ଜୁସ ପ୍ରସ୍ତୁତ ହୋଇ ବଜ଼ାର ରେ ବିକ୍ରି ବୃଦ୍ଧି ପାଉଥିବା ବେଳେ ଅଜଣା ନିରୀହ ଖରାତରା ରେ ଝାଳବୁହା ଦେହରେ ନିରାଶରେ ଲୋକେ ଚିଡ଼ାଚିଡ଼ା ରେ ପାନ କରନ୍ତି କିନ୍ତୁ ସ୍ୱାସ୍ଥ୍ୟ କେତେବେଳେ କଣ ହେବ ତାହାଉପରେ ନିର୍ଣ୍ଣୟ କରିନଥିବା ଯୋଗୁଁ ସେମାନଙ୍କ ସ୍ୱାସ୍ଥ୍ୟ ପ୍ରତି ବିପଦ ଆଶଙ୍କା ପରିଲିକ୍ଷିତ ଦେଖା ଦେଉଛି ସେହିପରି ଚା ପତି, ଗୁଠୁଖା, ବିଭିନ୍ନ ସସ, ପାଣି ତେଲ ପୂର୍ବରୁ ପୋଲିସ ଧରିଛି । ବ୍ରହ୍ମପୁର ସଦର ପୋଲିସ ନଜର ସୁକୁଣ୍ଡା ଗାଁ ଉପରେ ନଜର ପଡ଼ିଥିବା ରୁ ଅପମିଶ୍ରିତ କାରବାର ଉପରେ ରୋକ ଲଗାଇଛି ପୋଲିସ । ପୋଲିସ ସମ୍ପୃକ୍ତ କମ୍ପାନୀର ଜଣେ କର୍ମଚାରି ସହ କାଗଜପତ୍ର ବିଭିନ୍ନ ବ୍ରାଣ୍ଡର ବୋତଲ, ଷ୍ଟିକର୍, ମେସିନ ସହ ବିପୁଳ ଅପମିଶ୍ରିତ ସାମଗ୍ରୀ ଜବତ କରି ତଦନ୍ତ କରୁଛି I