
ଜଟଣୀ,{ଖୋର୍ଦ୍ଧା ଜିଲ୍ଲା ସଞ୍ଜୀବ କୁମାର}: ଜଟଣୀ ପୌର ପରିଷଦଠାରେ ସମ୍ମାନନୀୟ ଉପଜିଲ୍ଲାପାଳ, ଭୁବନେଶ୍ୱର, ବିଡ଼ିଓ,ଜଟଣୀ ବ୍ଲକ ଓ ନିର୍ବାହୀ ଅଧିକାରୀ, ଜଟଣୀ ପୌର ପରିଷଦଙ୍କ ଉପସ୍ଥିତିରେ ୭୨ତମ ସାଧାରଣତନ୍ତ୍ର ଦିବସ ପାଳନ କରାଯାଇଅଛି I
ଏହି ପୁଣ୍ୟ ଦିବସ ଉପଲକ୍ଷେ ନିର୍ବାହୀ ଅଧିକାରୀଙ୍କ ଦ୍ୱାରା ସ୍ଥାନୀୟ ଅଂଚଳରେ ଥିବା ମହାପୁରୁଷଙ୍କ ପ୍ରତିମୂର୍ତୀରେ ମାଲ୍ୟାର୍ପଣ କରାଯାଇଅଛି ଏବଂ ପୌର ପରିଷଦ ପ୍ରାଙ୍ଗଣରେ ଜାତୀୟ ପତାକା ଉତୋଳନ କରାଯିବା ସହ ସମୂହ ଜାତୀୟ ସଂଗୀତ ଗାନ କରାଯାଇଅଛି I ବିଭିନ୍ନ କାର୍ଯ୍ୟକ୍ରମ ତଥା ବିଭିନ୍ନ କ୍ଷେତ୍ରରେ ଅଗ୍ରଣିଥିବା କର୍ମଚାରୀଙ୍କୁ ପ୍ରାତ୍ସାହିତ କରିବା ଦିଗରେ ଉପଜିଲ୍ଲାପାଳଙ୍କ ଦ୍ୱାରା ପୁରସ୍କାର ବଣ୍ଟନ କରାଯାଇଅଛି Iନିର୍ବାହୀ ଅଧିକାରୀ, ଜଟଣୀ ପୌର ପରିଷଦ I






