Sunday, November 15, 2026
Home ଜିଲ୍ଲା ଖୋର୍ଦ୍ଧା ରେଳ ସୁରକ୍ଷାବଳ ଦ୍ୱାରା ବ୍ୟାଜାପ୍ତ ସାମଗ୍ରୀ ହେବ ନିଲାମ

ରେଳ ସୁରକ୍ଷାବଳ ଦ୍ୱାରା ବ୍ୟାଜାପ୍ତ ସାମଗ୍ରୀ ହେବ ନିଲାମ

17

ଜଟଣୀ,{ଖୋର୍ଦ୍ଧା ଜିଲ୍ଲା-ସଞ୍ଜୀବ କୁମାର}: ଖୋର୍ଦ୍ଧାରୋଡ ରେଳମଣ୍ଡଳ ଅଧିନସ୍ଥ ରେଳ ସୁରକ୍ଷାବଳ(ଆରପିଏଫ) ପକ୍ଷରୁ ବ୍ୟାଜାପ୍ତ ହୋଇଥିବା ସାମଗ୍ରୀକୁ ଚଳିତ ମାସ ୩୦ ତାରିଖରେ ନିଲାମ କରିବ ବୋଲି ଖୋର୍ଦ୍ଧାରୋଡ ରେଳମଣ୍ଡଳ ରେଳସୁରକ୍ଷାବଳର ଆଇଆଇସି ବିଦ୍ୟାଧର ବାରିକ ସୁଚନା ଦେଇଛନ୍ତି । ଆରପିଏଫ ପକ୍ଷରୁ ବ୍ୟାଜାପ୍ତ ହୋଇଥିବା ୧୫ ବସ୍ତା ଗ୍ରୋମୋର ସାର ଓ ୧୨ ପ୍ୟାକେଟ ତଥା ୧୪୪ଟି ପାଣି ବୋତଲକୁ ସର୍ବସମୁଖରେ ନିଲାମ କରାଯିବ ବୋଲି ନ୍ୟାୟାଳୟ ପକ୍ଷରୁ ନିର୍ଦ୍ଧେଶନାମା ଜାରି କରାଯାଇଛି ବୋଲି କହିଛନ୍ତି । ଇଛୁକ ବ୍ୟକ୍ତି ଏହାକୁ ନିଲାମ ମାଧ୍ୟମରେ ନେଇ ପାରିବେ ବୋଲି ରେଳସୁରକ୍ଷା ବଳ ପକ୍ଷରୁ ସୁଚନା ପ୍ରଦାନ କରାଯାଇଛି ।