
ବେଗୁନିଆପଡା:୨୬/୦୧(ଦେବାଶିଷ ମହାରଣା) :ଗଞ୍ଜାମ ଜିଲ୍ଲା କୋଦଳା ଥାନା, କୋର୍ଟ, ତହସିଲ, ବେଗୁନିଆପଡା ବ୍ଲକ, ବେଗୁନିଆପଡା ଫାଣ୍ଡି, ଆଦର୍ଶ ବିଦ୍ୟାଳୟ ସମେତ ପଂଚାୟତ ଓ ସ୍କୁଲ ଅନୁଷ୍ଠାନ ରେ ଚଳିତ ବର୍ଷ କୋଭିଡ କଟକଣା ନିୟମାନୁଯାୟୀ ୭୨ ତମ ସାଧାରଣତନ୍ତ୍ର ଦିବସ ପାଳନ ହୋଇଯାଇଛି। ସକାଳ ସମୟରେ ରେ କୋଦଳା ତହସିଲ ରେ ଅତିରିକ୍ତ ତହସିଲଦାର ଅଶୋକ କୁମାର ତ୍ରିପାଠୀ, କୋର୍ଟ ନିକଟରେ ଜିଲ୍ଲା ଜର୍ଜ ମୁନ୍ ରାଣୀ ମିଶ୍ର,କୋଦଳା ଥାନାରେ ଆଇ.ଆଇ.ସି ଦେବଶିଷ ମହାନ୍ତି,କୋଦଳା ଗୋଷ୍ଠୀ କେନ୍ଦ୍ର ଠାରେ ଡକ୍ଟର ସୁଜିତ କୁମାର ବେହେରା ,ବ୍ଲକ ଠାରେ ବେଗୁନିଆପଡା ବ୍ଲକ ବି.ଡି.ଓ ବେଦବର ପ୍ରଧାନ,ବେଗୁନିଆପଡା ଫାଣ୍ଡିରେ ଏ.ଏସ.ଆଇ ଶରତ ଚନ୍ଦ୍ର ମହାପାତ୍ର ଓ ଏସ.ଆଇ ଅନିଲ କୁମାର ସାହୁ ଆଦି ଯୋଗଦେଇ ପତାକା ଉତ୍ତଳୋନ କରିଛନ୍ତି।ସେହିପରି ରାଗପୁର ସ୍ଥିତ ଆଦର୍ଶ ବିଦ୍ୟାଳୟ ପରିସରରେ ଭାରପ୍ରାପ୍ତ ଅଧ୍ୟକ୍ଷା ଏ.ମୀରାରାଣୀ, ଜନତା ଉଚ୍ଚ ବିଦ୍ୟାଳୟ ରେ ବି.ଇ.ଓ କମଳାକାନ୍ତ ସାହୁ ଓ ବିଭିନ୍ନ ସରକାରୀ ବେସରକାରୀ ସ୍ଥାନ ,ସ୍କୁଲ ଓ କଲେଜ ମାନଙ୍କରେ ମଧ୍ୟ ସକାଳୁ ଶିକ୍ଷକ ଓ ଶିକ୍ଷୟତ୍ରୀ ମାନେ ଆସି ପତାକା ଉତ୍ତୋଳନ କରିବା ସହ ଅଭିଭାଷଣ ଦେଇଥିଲେ। ଛାତ୍ର ଛାତ୍ରୀ ବିନା ସାଧାରଣତନ୍ତ୍ର ଦିବସ ରେ ସ୍କୁଲ ପରିବେଶ ଖାଁ ଖାଁ ଲାଗୁଥିଲା ।


