
ବାଲିଗୁଡା,(ସୁକାନ୍ତ କୁମାର ତ୍ରିପାଠୀ):କନ୍ଧମାଳ ଜିଲ୍ଲା ବାଲିଗୁଡା ବ୍ଲକ ଅନ୍ତର୍ଗତ ବାରଖାମା ଗ୍ରାମପଞ୍ଚାୟତ Living Stone Ministry Organisation ସମାଜର ଉନ୍ନତି ନିମନ୍ତେ କାମ କରୁଅଛି । ଏହି ଅନୁଷ୍ଠାନ ଅନାଥ ପିଲାମାନଙ୍କୁ , ବେସାହାରା ପିଲାମାନଙ୍କୁ , ଓ ସରକାରକଂ ନିୟମ ପ୍ରକାରେ ସମସ୍ତ ପିଲାମାନଙ୍କୁ ଅତି ଉତ୍ତମ ଭାରରେ ଏହି ଅନୁଷ୍ଠାନ ରଖିଅଛି। ଏଠାରେ 72 ତମ ଉପଖଣ୍ଡ ସ୍ତରୀୟ ସାଧାରଣତନ୍ତ୍ର ଦିବସ କୋଭିଡ କଟକଣା ମଧ୍ୟରେ ପାଳିତ ହୋଇଛି ! ଅନୁଷ୍ଠାନ ର ସମ୍ପାଦକ ଜାତୀୟ ପତାକା ଉତ୍ତଳନ କରିବା ସହ ଅଭିବାଦନ ଗ୍ରହଣ କରିଥିଲେ !
ପବିତ୍ର ଗଣତନ୍ତ୍ରର ଦିବସ ହେଉଛି ଆମର, ଆମ ଦେଶର ସଂଭିଧାନ ଦିବସ ଏହି ମହାନ ଦିନରେ ଆମ ସମସ୍ତଙ୍କ ପାଇଁ ଗର୍ବର ଦିନ ଅଟେ ! ଏଣୁ ଆମେ ସମସ୍ତେ ଏହି ମହାନ ଗଣତନ୍ତ୍ରକୁ ସୁରକ୍ଷିତ ରଖିବା ଓ ଆମେ ସମ୍ମାନ ଦେବା ଆମ ସମସ୍ତଙ୍କର ଦାୟିତ୍ୱ ବୋଲି LSM ର ସମ୍ପାଦକ କହିଥିଲେ ! ଶେଷରେ ଉପସ୍ଥିତ ଭଦ୍ର ବୃନ୍ଦ କୁଂ ଓ କୁନି କୁନି ବାଳକ, ବାଳିକା ମାନକୁ ଅନୁଷ୍ଠାନ ମିଷ୍ଟନ ବଣ୍ଟନ କରିଥିଲେ ।













