Tuesday, October 20, 2026
Home ଜିଲ୍ଲା କନ୍ଧମାଳ ବାଲିଗୁଡା:୭୨ତମ ସାଧାରଣତନ୍ତ୍ର ଦିବସ ପାଳନ

ବାଲିଗୁଡା:୭୨ତମ ସାଧାରଣତନ୍ତ୍ର ଦିବସ ପାଳନ

45

ବାଲିଗୁଡା(ସୁକାନ୍ତ କୁମାର ତ୍ରିପାଠୀ): କନ୍ଧମାଳ ଜିଲ୍ଲା ବାଲିଗୁଡା ଠାରେ ରାଜ୍ୟ ସରକାରଙ୍କ ନିୟମ ଅନୁଯାୟୀ କୋଭିଡ କଟକଣା ଓ ସାମାଜିକ ଦୂରତା ମଧ୍ୟରେ ୭୨ତମ ସାଧାରଣତନ୍ତ୍ର ଦିବସ ବାଲିଗୁଡ଼ା ସ୍ଥିତ ମିନିଷ୍ଟାଡିୟମ ଠାରେ ପାଳନ ହୋଇଯାଇଛି | ଉପଜିଲ୍ଲାପାଳ ଡ଼ଃ ଶୁଭଙ୍କର ମହାପାତ୍ର ମୁଖ୍ୟ ଅତିଥି ଭାବେ ଯୋଗଦେଇ ପୂର୍ବାହ୍ନ 8.30 ମିନିଟ ସମୟରେ ଜାତୀୟ ପତାକା ଉତ୍ତୋଳନ କରିବା ସହିତ ଅଭିଭାଷଣ ଗ୍ରହଣ କରିଥିଲେ ମହାମାରୀ କରୋନା ଭୁତାଣୁ ଏବଂ ସରକାରଙ୍କ ନିୟମକୁ ପାଳନ କରି ଚଳିତ ବର୍ଷ ସାମୁହିକ ପ୍ୟାରେଡ଼ ହୋଇନାହିଁ |

ନିଜର ସ୍ୱାର୍ଥକୁ ଛାଡ଼ି ସାମୁହିକ ସ୍ୱାର୍ଥ ଉପରେ ଅଧିକ ଗୁରୁତ୍ୱ ଦେବା ଏବଂ ଛୋଟ ଛୋଟ ଜିନିଷକୁ ଅଧିକ ଗୁରୁତ୍ୱା ରପ କରିବା ଯାହାଦ୍ୱାରା ନୂତନ ଦେଶ ଓ ରାଜ୍ୟ ଏବଂ ଶେଷରେ ଏକ ନୂତନ ଉପଖଣ୍ଡ ତିଆରି କରିପାରିବା ବୋଲି ଉପଜିଲ୍ଲାପାଳ ମହୋଦୟ ଅଭିଭାଷଣ ଦେଇଥିଲେ ଏହି ଉତ୍ସବରେ ଉପଖଣ୍ଡ ଆରକ୍ଷୀ ଅଧିକାରୀ ମନୋଜ କୁମାର ପୁଜାହାରୀ, ତହସିଲଦାର ଶଶାଙ୍କ ପାତ୍ର, ବିଡ଼ିଓ ଜଗଦୀଶ ଷଡ଼ଙ୍ଗୀ, ଥାନା ଭାରପ୍ରାପ୍ତ ଅଧିକାରୀ ପ୍ରଶାନ୍ତ କୁମାର ବେହେରା, ସହକାରୀ ଜିଲ୍ଲାପାଳ ହଳଧର ନାଏକ, ବାଲିଗୁଡ଼ା ଏନଏସି ଅଧ୍ୟକ୍ଷ ଲୋକନାଥ ପାଢ଼ୀ, ଶାନ୍ତି ମୈତ୍ରୀ ସମ୍ପାଦକ ଭଗବାନ ,

ବନବାସୀ ସେବା ସମିତି ସମ୍ପାଦକ ରବୀନ୍ଦ୍ର ପଣ୍ଡା, ପ୍ରମୁଖ ଉପସ୍ଥିତ ଥିଲେ ଏହି ଉତ୍ସବକୁ ଉପଖଣ୍ଡ ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଜୋଶଦା ଗାଦବା ପରିଚାଳନା କରିଥିଲେ ଏହି ଉତ୍ସବରେ ସହକାରୀ କର୍ମଚାରୀ ଶ୍ରୀ ଅଭିମନ୍ୟୁ ପ୍ରଧାନ, ରଶ୍ମି ରଞ୍ଜନ ମହାରଣା, ଶ୍ରୀ ବ୍ରଜବନ୍ଧୁ ସାହାଣୀ, ଓ ତୀର୍ଥ ବାସି ଘଡେ଼ଇ ପ୍ରମୁଖ ସହଯୋଗ କରିଥିଲେ | ଓ ସମସ୍ତ ସାମ୍ବାଦିକ ୭୨ତମ ସାଧାରଣତନ୍ତ୍ର ଦିବସ ରେ ଯୋଗ ଦେଇଥିଲେ |