ଆସିକା,୦୧/୧୦ (କ୍ଷିରୋଦ ବେହେରା): ଆସିକା ପୂର୍ତ ବିଭାଗ ସହକାରୀ ଯନ୍ତ୍ରୀ କାର୍ଯ୍ୟାଳୟ ଠାରେ ବର୍ଜ୍ୟ ପ୍ଲାଷ୍ଟିକର ସଂଗ୍ରହ ଓ ପୁନଃ ବିନିଯୋଗ ନେଇ ସ୍ୱଚ୍ଚତା ହିଁ ସେବା ଅଭିଯାନ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଟିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମ ପୂର୍ତ ବିଭାଗ ଭଞ୍ଜନଗର ଆନୁକୁଲ୍ୟରେ ଅନୁଷ୍ଟିତ ହୋଇଥିବା ବେଳେ ଆସିକା ପୂର୍ତ ବିଭାଗ ସହକାରୀ ଯନ୍ତ୍ରୀ କାର୍ଯ୍ୟାଳୟ ପକ୍ଷରୁ ଆୟୋଜିତ ହୋଇଥିଲା ।

ଏହି କାର୍ଯ୍ୟକ୍ରମ ସକାଳ ୧୦ଟା ସମୟରେ ଆରମ୍ଭ ହୋଇଥିବା ବେଳେ ବର୍ଜ୍ୟ ପ୍ଲାଷ୍ଟିକ ସଂଗ୍ରହ ଓ ପୁନଃ ବିନିଯୋଗ କରି ପ୍ଲାଷ୍ଟିକ ମୁକ୍ତ ଭାରତ ଗଠନ କରିବା ନେଇ ଆସିକା କାର୍ଯ୍ୟାଳୟ ସହକାରି ଯନ୍ତ୍ରୀ ଜି.କାର୍ତିକେଶ୍ୱର ପ୍ରଧାନ ମତପୋଷଣ ରଖିଥିଲା । ଏହି ଅବସରରେ କର୍ମଚାରୀ ମାନଙ୍କ ଦ୍ୱାରା ଏକ ଶୋଭାଯାତ୍ରା ବାହାରି ପଲିଥିନ ବର୍ଜନ ନେଇ ବିଭିନ୍ନ ସ୍ଲୋଗାନ ଦେଇ ସଚେତନ କରାଯାଇଥିଲା । ପଲିଥିନ ପରିବେଶକୁ କିପରି ଦୂଷିତ କରେ ଓ ଏହାଦ୍ୱାରା ମୃତିକା ଉପରେ କିପରି ପ୍ରଭାବ ପଡିଥାଏ ସେ ବିଷୟରେ ସଚେତନ ବର୍ତା ଦିଆଯାଇଥିଲା ।

ତେଣୁ ସମସ୍ତେ ପଲିଥିନ ବର୍ଜନ କଲେ ଏକ ପଲିଥିନ ମୁକ୍ତ ସମାଜ ଗଠନ ହେବା ସହ ଏକ ସୁ୍ସ୍ଥ ପରମ୍ପରା ଓ ସ୍ୱଚ୍ଚ ପରିବେଶ ସୃଷ୍ଟି ହୋଇ ପାରିବ ବୋଲି ଏହି ଶୋଭାଯାତ୍ରାରେ କୁହାଯାଇଥିଲା । ଏହି କାର୍ଯ୍ୟକ୍ରମରେ ପ୍ରଭାକର ସାବତ, ୱାର୍କ ସରକାର ସୁଶାନ୍ତ କୁମାର ପରିଡା ସମେତ ଖଦାଳ ନାୟକ, ଦେବେନ୍ଦ୍ର ପାତ୍ର, ବିପ୍ରଚରଣ ଗୈାଡ, ଏ.ଯୁଗଳ କିଶୋର ରେଡି, ଯୁବ ବିଜେଡି ନେତା ତଥା ସରପଚଂ ପ୍ରତିନିଧି ନିଳାମ୍ବର ସ୍ୱାଇଁ,ସଞ୍ଜୟ ପାତ୍ର, ଠିକାଦାର ପ୍ରଶାନ୍ତ କୁମାର ଗୈାଡ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।