Sunday, November 15, 2026
Home ଜିଲ୍ଲା ରାୟଗଡ ଜିଲ୍ଲା: ବିଭିନ୍ନ ସ୍ଥାନରେ ଗଣତନ୍ତ୍ର ଦିବସ ପାଳିତ

ରାୟଗଡ ଜିଲ୍ଲା: ବିଭିନ୍ନ ସ୍ଥାନରେ ଗଣତନ୍ତ୍ର ଦିବସ ପାଳିତ

45

ବିଷମକଟକ, {ପ୍ରସନ କୁମାର ପଣ୍ଡା}: ରାୟଗଡ ଜିଲ୍ଲା ବିଷମକଟକ ବ୍ଲକ୍ ର ହାଟମୁନିଗୁଡା ଗ୍ରାମ ଠାରେ ବିଭିନ୍ନ ସ୍ଥାନରେ ଗଣତନ୍ତ୍ର ଦିବସ ପାଳନ କରାଯାଇଛି। ହାଟମୁନିଗୁଡା କନ୍ୟା ଶ୍ରମ,ଶ୍ରୀ ରାମଚନ୍ଦ୍ର ସାହୁ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ , ଏବଂ ସରକାରୀ ଓ ବେସରକାରୀ ଅନୁଷ୍ଠାନ ମାନଙ୍କେ କୋଭିଡ୍ କଟକଣା କୁ ଦୃଷ୍ଟି ରେ ରଖି ଗଣତନ୍ତ୍ର ଦିବସ ପାଳନ କରାଯାଇଛି।

ହାଟମୁନିଗୁଡା କନ୍ୟା ଶ୍ରମ ରେ ପ୍ରଧାନ ଶିକ୍ଷକ ପତକା ଉତୋଳନ କରିଥିଲେ। ଏବଂ ଚନ୍ଦ୍ରପୁର ବ୍ଲକ୍ ର ଡାଙ୍ଗୋସୋରଡା ସମବାୟ ସମିତିରେ ମଧ୍ୟ ଗଣତନ୍ତ୍ର ଦିବସ ପାଳନ କରାଯାଇଛି।ସମବାୟ ସମିତିର ଏମଡି ଜିତେନ୍ଦ୍ର ଦିସାଲ ପତକା ଉତୋଳନ କରିଥିବା ବେଳେ ରଞ୍ଜିତ କୁମାର ଦାସ, ରବି,ଏବଂ କୃଷି ବିଭାଗ ର ସମସ୍ତ ଷ୍ଟାପ୍ ଓ wo ରାମ ରାଲ ସାବାଡ ଉପସ୍ଥିତ ଥିଲେ।