
ଗଞ୍ଜାମ,{ନିରାକାର ସାହୁ}: ପ୍ରସିଦ୍ଧ ମା ସାଙ୍କୁଳାଇ ପୀଠ ରେ ଘୁମୁସର ବ୍ରାହ୍ମଣ ପୁରୋହିତ ସମାଜ ତରଫରୁ ପଞ୍ଚ କୁଣ୍ଡିଅ ମହାଜଜ୍ଞୟ ଓ ପ୍ରତିଭା ସଂମାନ ଉଚ୍ଚବ ସଭାପତି କାଳୀ ଚରଣ ଶତପଥି ଙ୍କ ପରୋହିତ୍ୟି ରେ ପାଳିତ ହୋଇ ଯାଇଛି। ଅଂକୁର ରୋପଣ, କଳସ ଯାତ୍ରା,ହନୁମାନ ଚାଳିସା , ବିଶ୍ୱ ଶାନ୍ତି ଓ କରୋନା ମହାମାରି ରୁ ବିଶ୍ୱ ବାସୀ ଙ୍କୁ ଉଦ୍ଧାର କରିବା ପାଇଁ ପଞ୍ଚ କୁଣ୍ଡିଅ ମହାଜଜ୍ଞୟ ଅନୁଷ୍ଠିତ ହୋଇ ଥିଲା।
ଏହି ଅଵସର ରେ ଶ୍ରେଷ୍ଟ ବ୍ରାହ୍ମଣ ପୁରୋହିତ ମାନଙ୍କୁ ସଂମାନିତ କରାଯିବା ସହ ସମାଜ ସଂସ୍କାର କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ସାମ୍ବାଦିକ ମାନଙ୍କୁ ସଂମାନିତ କରା ଯାଇଥିଲା। ଆମ ସାମ୍ବାଦିକ ନିରାକାର ସାହୁ ଙ୍କୁ ମଧ୍ୟ ଘୁମୁସର ବ୍ରାହ୍ମଣ ପୁରୋହିତ ସମାଜ ତରଫରୁ ଉତରିଅ ,ମାନପତ୍ର ଦେଇ ସଂମାନିତ କରିଥିଲେ।ଏହି ଅଵସର ରେ ପୋଲସରା ର ମାନ୍ୟବର ବିଧାୟକ ଶ୍ରୀ କାନ୍ତ ସାହୁ ଯୋଗ ଦେଇ ଥିଲେ। ମା ସାଙ୍କୁଳାଇ ପୀଠ ରେ ଏକ ଗୁରୁକୂଳ ଆଶ୍ରମ କରିବା ପାଇଁ ଘୁମୁସର ବ୍ରାହ୍ମଣ ପୁରୋହିତ ମାନଙ୍କ ସହ ଆଲୋଚନା ହୋଇ ଥିଲା।
ଘୁମୁସର ବ୍ରାହ୍ମଣ ପୁରୋହିତ ସମାଜ ର ସଭାପତି ଶ୍ରୀ ଶତପଥୀ ଙ୍କ ସହ ଉପଦେଷ୍ଟା ତାରିଣୀ ତ୍ରିପାଠୀ, ଉପେନ୍ଦ୍ର ମିଶ୍ର, ପଞ୍ଚାନନ ଶତପଥୀ , ଉପସଭାପତି ମନୋଜ କୁମାର ଆଚାର୍ଯ୍ୟ,ସମ୍ପାଦକ ସରୋଜ ସଢଙ୍ଗୀ, ସହ ସମ୍ପାଦକ ଜ୍ୟୋତି ପ୍ରକାଶ ମିଶ୍ର, କୋଷାଧକ୍ଷ କୃଷ୍ଣ ଚନ୍ଦ୍ର ମିଶ୍ର, ଆଇନ ପରାମର୍ଶଦାତା ହରପ୍ରସାଦ ଦାସ, ଓ ବିଷ୍ଣୁ ପ୍ରସାଦ ରଥ, ପିତାମ୍ବର ରଥ,ପ୍ରଶାନ୍ତ ରଞ୍ଜନ ରଥ,ଦେବୀ ପ୍ରସାଦ ରଥ,ଖଦାଳ ମହାପାତ୍ର, ବୁଲୁ ମହାପାତ୍ର,
ରାଜେଶ କର,ଗତିକୃଷ୍ଣ ମିଶ୍ର, ରଞ୍ଜିତ କୁମାର ଦାସ,ନିଳାଞ୍ଚଳ ତ୍ରିପାଠୀ, ରୁଦ୍ରପ୍ରସାଦ ତ୍ରିପାଠୀ,ପ୍ରଶାନ୍ତ କୁମାର ତ୍ରିପାଠୀ,କେଦାର ନାଥ ମିଶ୍ର ଅମୁଲ୍ୟ ମିଶ୍ର, ଓ ରାମକୃଷ୍ଣ ଆଚାର୍ଯ୍ୟ ପ୍ରମୁଖ ମହାଜଜ୍ଞୟ ପରିଚାଳନା କରିଥିଲେ। ଏହି ମହାଜଜ୍ଞୟରେ 500 ରୁ ଉର୍ଦ୍ଧ ବ୍ରାହ୍ମଣ ପୁରୋହିତ ଅଂଶ ଗ୍ରହଣ କରିଥିଲେ। ଅର୍ଣ୍ଣ ଜଜ୍ଞୟ ରେ ହଜାର ହଜାର ଭକ୍ତ ପ୍ରସାଦ ସେବନ କରିଥିଲେ।






