
ଗୁଣୁପୁର,{ରାମନାଥ ମହାନ୍ତି}: ଗୁଣପୁର ମହାବିଦ୍ୟାଳୟର ଜାତୀୟ ସେବା ଯୋଜନାର ଶାଖା ନମ୍ବର ଏକ,ଦୁଇ ଓ ତିନି ଦ୍ବାରା ଆଜି 11ତମ ଜାତୀୟ ମତଦାତା ଦିବସ ପାଳିତ ହୋଇଯାଇଛି । ଏଥିରେ ମହାବିଦ୍ୟାଳୟର ଅଧ୍ୟକ୍ଷ ଡକ୍ଟର ବାମଦେବ ମିଶ୍ରଙ୍କ ଅଧ୍ୟକ୍ଷତାରେ ଏକ ଶପଥ ପାଠ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।
ମହାବିଦ୍ୟାଳୟର ଏନ୍ଏସ୍ଏସ୍, ଏନସିସି ତଥା ଅନ୍ୟାନ୍ୟ ଛାତ୍ରଛାତ୍ରୀବୃନ୍ଦ ଉପସ୍ଥିତ ରହି ଗଣତନ୍ତ୍ରରେ ନିଜର ପୂର୍ଣ୍ଣ ଆସ୍ଥା ପ୍ରକଟନ ସହିତ ଜାତି,ଧର୍ମ, ବର୍ଣ୍ଣ, ଭାଷା, ଗୋଷ୍ଠୀ ନିର୍ବିଶେଷରେ ଦେଶର ଗଣତାନ୍ତ୍ରିକ ପରମ୍ପରାକୁ ବଜାୟ ରଖି ନିରପେକ୍ଷ ଭାବରେ ନିଜର ମତାଧିକାରର ପ୍ରୟୋଗ କରିବା ପାଇଁ ଶପଥ ଗ୍ରହଣ କରିଥିଲେ ।
ଏଥିରେ ଅନୁଷ୍ଠାନର ପ୍ରାଧ୍ୟାପକ ଶଶିଭୂଷଣ ମହାନ୍ତି, ପ୍ରାଧ୍ୟାପକ ଡକ୍ଟର ସୂର୍ଯ୍ୟନାରାୟଣ ପଣ୍ଡା, ଅଧ୍ୟାପକ ଜିତେନ୍ଦ୍ର ବଡ଼ମୁଣ୍ଡି, ଅଧ୍ୟାପକ ଅମୀୟ ରଞ୍ଜନ ମହାନ୍ତି, ଅଧ୍ୟାପକ ଜଗନ୍ନାଥ ଦୀପ୍, ଅଧ୍ୟାପକ ଏବ୍ରି ରଇତ, ଅଧ୍ୟାପକ ଡୋଳାମଣି କୁମ୍ଭାର, ଅଧ୍ୟାପିକା ଡକ୍ଟର ଦୀପିକା ପଟ୍ଟନାୟକ, ଅଧ୍ୟାପିକା ଦେବୀଶ୍ରୀ ମହାପାତ୍ର ପ୍ରମୁଖ ସକ୍ରିୟ ଅଂଶଗ୍ରହଣ କରିଥିଲେ ।





